ଭରଣପୋଷଣ କରିବାକୁ ଅସମର୍ଥ ବାପା, ଛୁଆକୁ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଥିଲେ!

ଅନୁଗୋଳ (ବିରଜା ପ୍ରସାଦ ଦାସ): ଅନୁଗୋଳରେ ୭ ଦିନର ଏକ ନବଜାତ ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କଠାରୁ ଉଦ୍ଧାର କରାଯାଇଛି। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହରର ଜଣେ ବ୍ୟକ୍ତି ତାଙ୍କର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀକୁ ଦେଇଥିବା ସୂଚନା ପାଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁ ଜଣାଇଥିଲେ। ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପୁଲିସ୍ ସହାୟତାରେ ଉଭୟ ପକ୍ଷକୁ ଠାବ କରିଥିଲେ ଏବଂ ଘଟଣାର ତଦନ୍ତ ଆରମ୍ଭ […]

baby

Jitendra Garnayak
  • Published: Wednesday, 30 January 2019
  • , Updated: 30 January 2019, 09:17 AM IST

ଅନୁଗୋଳ (ବିରଜା ପ୍ରସାଦ ଦାସ): ଅନୁଗୋଳରେ ୭ ଦିନର ଏକ ନବଜାତ ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କଠାରୁ ଉଦ୍ଧାର କରାଯାଇଛି। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସହରର ଜଣେ ବ୍ୟକ୍ତି ତାଙ୍କର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀକୁ ଦେଇଥିବା ସୂଚନା ପାଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁ ଜଣାଇଥିଲେ। ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପୁଲିସ୍ ସହାୟତାରେ ଉଭୟ ପକ୍ଷକୁ ଠାବ କରିଥିଲେ ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ପୁଲିସ୍ ଉପସ୍ଥିତିରେ ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତାମାନେ ଉଭୟ ପକ୍ଷକୁ କାଉନ୍‌ସେଲିଂ କରିଥିଲେ। କାଉନ୍‌ସେଲିଂ ବେଳେ ଛୁଆଟିର ବାପା କହିଥିଲେ ଯେ ତାଙ୍କର ଏକାଧିକ ସନ୍ତାନ ଅଛନ୍ତି। ଛୁଆଙ୍କ ଭରଣପୋଷଣ କରିବାକୁ ସେ ଅସମର୍ଥ। ତେଣୁ ନବଜାତ ଶିଶୁ ପୁତ୍ରଟିକୁ ସେ ଉକ୍ତ ବ୍ୟବସାୟୀଙ୍କୁ ଦେଇ ଦେଇଥିଲେ। ଏହାଦ୍ୱାରା ତାର ଭଲ ଭରଣପୋଷଣ ହୋଇପାରି ଥାଆନ୍ତା।

ଏହାପରେ ଶିଶୁ ମଙ୍ଗଳ କମିଟିର ଆଦେଶ ଅନୁସାରେ ଶିଶୁପୁତ୍ରଟିକୁ ଅନୁଗୋଳର ଏକ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯିବ।

Related story