ଭୁବନେଶ୍ୱରରେ ଲଗାତାର ତୃତୀୟ ଦିନ ୧୦୦ ଅତିକ୍ରମ କଲା କରୋନା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ଦିନ ଭାବେ ଆଜି ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ରୁ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୮ ଲୋକାଲ କେସ ଅଛନ୍ତି। ଏନେଇ ବିଏମ୍ସ ଟ୍ୱିଟ୍ କରିଛି। ଏହା ପୂର୍ବରୁ ଅର୍ଥାତ ମଙ୍ଗଳବାର ଭୁବନେଶ୍ୱରରେ ୧୦୧, ବୁଧବାର ୧୦୩ ଓ ଆଜି ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 8th Apr (till 9am). pic.twitter.com/r3Wloz0rr1— BMC (@bmcbbsr) April 8, 2021
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ରହିଛି ଖଣ୍ଡଗିରି। ଏଠାରୁ ୧୧ ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ଆଇଗିଣିଆ, କଳିଙ୍ଗ ବିହାର, ବଡ଼ଗଡ଼, ସାରିଆ ତିଳକ ସ୍କ୍ୱେୟାର, ବିଜେବି ନଗର, ରସୁଲଗଡ଼, ଲକ୍ଷ୍ମୀ ବିହାର, ପୋଖରୀପୁଟ, ବରମୁଣ୍ଡା, ଆଇଆରସି ଭିଲେଜ, ଶ୍ରୀରାମ ନଗର, ସାମନ୍ତରାପୁର ଓ ଭିଏସ୍ଏସ୍ ନଗରରୁ ୨ ଜଣ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି।
ସେହିପରି ବମିଖାଲ, ପାହାଳ, ପଳାସପଲ୍ଲୀ, ସୁନ୍ଦରପଦା, ୟୁନିଟ୍-୬, ବିବେକାନନ୍ଦ ମାର୍ଗ, ପାତ୍ରପଡ଼ା, ବ୍ରହ୍ମେଶ୍ୱରପୁର, ସିଆର୍ପିଏଫ୍ କ୍ୟାମ୍ପ, ଜାଗମରା, ଝାରପଡ଼ା, କଳିଙ୍ଗ ନଗର, ଜୟଦୁର୍ଗା ନଗର, ଡେଲ୍ଟା ଛକ, ଗାଡ଼କଣ, ହଂସପାଳ, ଲକ୍ଷ୍ମୀସାଗର ଓ ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ପଟିଆରୁ ୫, ନୟାପଲ୍ଲୀରୁ ୫ ଓଲ୍ଡ ଟାଉନ୍ରୁ ୭, ମଞ୍ଚେଶ୍ୱରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସତ୍ୟନଗରରୁ ୪ ଲୋକାଲ୍ କେସ ଚିହ୍ନଟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।