ରାଜଧାନୀରୁ ୫୬୮ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୪୭ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କୁ ଟପିଲେ ଆରୋଗ୍ୟ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୫୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନ୍‌ରେ ୧୦୦ ଜଣ ଥିବା ବେଳେ ୪୪୭ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୪୪୭ ଜଣ ଲୋକାଲ୍‌ କେସ ଅଛନ୍ତି। ସେମାନଙ୍କ […]

bmc

bmc

Manoranjan Sial
  • Published: Thursday, 10 June 2021
  • Updated: 10 June 2021, 06:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କୁ ଟପିଲେ ଆରୋଗ୍ୟ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୫୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନ୍‌ରେ ୧୦୦ ଜଣ ଥିବା ବେଳେ ୪୪୭ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୪୪୭ ଜଣ ଲୋକାଲ୍‌ କେସ ଅଛନ୍ତି। ସେମାନଙ୍କ ଭିତରୁ ଆଚାର୍ଯ୍ୟ ବିହାରରୁ ୫, ଆଇଗିଣିଆରୁ ୨, ଏମ୍ସ ନଗରରୁ ୩, ବଡ଼ଗଡ଼ରୁ ୬, ବରମୁଣ୍ଡାରୁ ୧୧, ଭରତପୁରରୁ ୪, ଭିମଟାଙ୍ଗୀରୁ ୩, ବିଜେବି ନଗରରୁ ୭, ଡୁମଡୁମାରୁ ୧୪, ଡମଣାରୁ ୮, ଚିନ୍ତାମଣୀଶ୍ୱରରୁ ୨, ଚନ୍ଦ୍ରଶେଖରପୁରରୁ ୨୫, ଚକେଇଶିଆଣୀରୁ ୬, ବୁଦ୍ଧେଶ୍ୱର କଲୋନୀରୁ ୩, ବ୍ରହ୍ମେଶ୍ୱରପାଟଣାରୁ ୨ ଓ ବମିଖାଲରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1402970250908295170?s=20

ସେହିପରି ଗାଡଗଣରୁ ୪, ଗଜପତି ନଗରରୁ ୨, ଗଙ୍ଗ ନଗରରୁ ଜଣେ, ଜିଜିପି କଲୋନୀରୁ ୬, ଘାଟିକିଆରୁ ୨, ହଂସପାଳରୁ ୧୦, ଆଇଆର୍‌ସି ଭିଲେଜରୁ ୭, ଜାଗମରାରୁ ୨, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୧୮, କପିଳପ୍ରସାଦରୁ ୨, କାନନବିହାରରୁ ୩, କଳ୍ପନାରୁ ୨, କଳିଙ୍ଗ ନଗରରୁ ୧୦, ଝାରପଡ଼ାରୁ ୮, ଜୟଦେବ ବିହାରରୁ ୧୦, ଲକ୍ଷ୍ମୀସାଗରରୁ ୧୬, ଲୁଇସ୍‌ ରୋଡ୍‌ରୁ ୩, ମଧୂସୁଦନ ନଗରରୁ ଜଣେ, ମଞ୍ଚେଶ୍ୱରରରୁ ୮, ନହରକଣ୍ଟାରୁ ଜଣେ, ଅନ୍ୟ ଜିଲ୍ଲାରୁ ଜଣେ, ନୟାପଲ୍ଲୀରୁ ୩୮, ନ୍ୟୁ ଫରେଷ୍ଟ ପାର୍କରୁ ୬, ନୀଳାଦ୍ରି ବିହାରରୁ ୧୦ ଓ ଭିଏସ୍‌ଏସ୍‌ ନଗରରୁ ୫ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ପୋଖରୀପୁଟରୁ ୬, ପାତ୍ରପଡ଼ାରୁ ୨୩, ଟଙ୍କପାଣି ରୋଡରୁ ୫, ପାଣ୍ଡରାରୁ ୩, ପଳାଶୁଣୀରୁ ୪, ପଳାଶପଲ୍ଲୀରୁ ୨, ପାହାଳରୁ ୨, ଓଲ୍‌ଡ ଟାଉନ୍‌ରୁ ୧୯, ସହିଦ ନଗରରୁ ୮, ଶୈଳଶ୍ରୀ ବିହାରରୁ ୯, ସାଳିଆ ସାହିରୁ ୩, ସତ୍ୟ ନଗରରୁ ୬, ଶାସ୍ତ୍ରୀ ନଗରରୁ ୭, ସୁନ୍ଦରପଦାରୁ ୬, ପଟିଆରୁ ୩୧, ୟୁନିଟ୍‌-୩ରୁ ଜଣେ, ୟୁନିଟ୍‌-୪ରୁ ୨, ରସୁଲଗଡ଼ରୁ ୧୭, ବିବେକାନନ୍ଦ ମାର୍ଗରୁ ୨, ୟୁନିଟ୍‌-୯ରୁ ୫, ୟୁନିଟ୍‌-୮ରୁ ୬, ୟୁନିଟ୍‌-୬ରୁ ୫ ଓ ୟୁନିଟ୍‌-୫ରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos