ହଜାରେ ଅତିକ୍ରମ କଲା ରାଜଧାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୫ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ପଟିଆକୁ ନେଇ ଚିନ୍ତାରେ ପଡ଼ିଛି ବିଏମ୍‌ସି। ଏଠାରୁ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୩୬୦୮ ଲୋକାଲ୍‌ କେସ୍‌ ଭିତରୁ ସପ୍ତମ ବାଟାଲିଅନ୍‌, ଏଜି […]

bmc

bmc

Manoranjan Sial
  • Published: Wednesday, 28 April 2021
  • Updated: 28 April 2021, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୫ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ପଟିଆକୁ ନେଇ ଚିନ୍ତାରେ ପଡ଼ିଛି ବିଏମ୍‌ସି। ଏଠାରୁ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୩୬୦୮ ଲୋକାଲ୍‌ କେସ୍‌ ଭିତରୁ ସପ୍ତମ ବାଟାଲିଅନ୍‌, ଏଜି କଲୋନୀ, ଭୀମପୁର, ଡେଲ୍‌ଟା ସ୍କ୍ୱେୟାର୍‌, ଫାୟାର ଷ୍ଟେସନ୍‌, ଗଙ୍ଗନଗର, ଗେରେଜ ଛକ, ଜୟଦୁର୍ଗା ନଗର, କଳାରାହାଙ୍ଗ, କେଶୁରା, ନହରକଣ୍ଟା, ନଖରା, ନ୍ୟୁ ଫରେଷ୍ଟ ପାର୍କ, ରବି ଟକିଜ କ୍ୱେୟାର, ଫୁଲ୍‌ନଖରା, ବୁଦ୍ଧ ନଗର, ସାଲିଆ ସାହି, ସତ୍ୟଭାମାପୁର ଓ ୟୁନିଟ୍‌-୫ରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1387394057412825089?s=20

ସେହିପରି ଆଚାର୍ଯ୍ୟ ବିହାରରୁ ୩, ଶ୍ୟାମପୁରରୁ ୨, ବାଣୀ ବିହାରରୁ ୨, ଭିଏସ୍‌ଏସ୍‌ ନଗରରୁ ୮, ସହିଦ୍‌ ନଗରରୁ ୧୫, ୟୁନିଟ୍‌-୯ରୁ ୫, ସୌଭାଗ୍ୟ ନଗରରୁ ୮, ରେଣ୍ଟାଲ୍‌ କଲୋନୀରୁ ୪,  ସୁନ୍ଦରପଦାରୁ ୨୫,  ଶୈଳଶ୍ରୀ ବିହାରରୁ ୨୭, ହଂସାପାଳରୁ ୮, ୟୁନିଟ୍‌-୨ରୁ ୩, ଲିଙ୍ଗରାଜ ନଗରରୁ ୨,  ସତ୍ୟ ନଗରରୁ ୪, ୟୁନିଟ୍‌-୧ରୁ ୩, ଟଙ୍କପାଣି ରୋଡ୍‌ରୁ ୨୩, ୟୁନିଟ୍‌-୬ରୁ ୧୫, ୟୁନିଟ୍‌-୩ରୁ ୧୧, ୟୁନିଟ୍‌-୪ରୁ ୬,  ଶାସ୍ତ୍ରୀ ନଗରରୁ ୫, ଶତାବ୍ଦୀ ନଗରରୁ ୭, ରସୁଲଗଡ଼ରୁ ୨୪, ମୈତ୍ରୀ ବିହାରରୁ ୬, ପଟିଆରୁ ୬୪, ପୋଖରୀପୁଟ୍‌ରୁ ୧୫, ସାମନ୍ତରାପୁରରୁ ୭, ପାଣ୍ଡବ ବିହାରରୁ ୩, ପାଣ୍ଡରାରୁ ୩, ୟୁନିଟ୍‌-୮ରୁ ୧୪, ପାତ୍ରପଡ଼ାରୁ ୧୩, ମଞ୍ଚେଶ୍ୱରରୁ ୨୪, ଟାଙ୍ଗୀରୁ ୨, ଓଲଡ୍‌ ଏଜି କଲୋନୀରୁ ୩, ବରମୁଣ୍ଡାରୁ ୨୪, ପାଇକ ନଗରରୁ ୨, ପଳାଶୁଣୀରୁ ୨, ପଳାଶପଲ୍ଲୀରୁ ୩, ନୀଳାଦ୍ରି ବିହାରରୁ ୧୩, ଅନ୍ୟ ଜିଲ୍ଲାରୁ ୨, ନୟାପଲ୍ଲୀରୁ ୪୯,  ଝାରପଡ଼ାରୁ ୧୮, କଳିଙ୍ଗ ବିହାରରୁ ୧୦, କପିଳେଶ୍ୱରରୁ ୨, ଲକ୍ଷ୍ମୀସାଗରରୁ ୧୮, କଳିଙ୍ଗନଗରରୁ ୫, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୪୭, ଗୌତମ ନଗରରୁ ୭, ଜାଗମରାରୁ ୧୫, ଜୟଦେବ ବିହାରରୁ ୧୨, ଅଶୋକ ନଗରରୁ ୬, ଡମଣାରୁ ୨, ଫରେଷ୍ଟ ପାର୍କରୁ ୪, ଭିମଟାଙ୍ଗୀରୁ ୧୧, ଚନ୍ଦ୍ରଶେଖରପୁରରୁ ୪୨, ଡୁମ୍‌ଡୁମାରୁ ୧୬,  ବେଗୁନିଆରୁ ୨ ଗଜପତି ନଗରରୁ ୫, ଚିନ୍ତାମଣି ଶ୍ୱରରୁ ୪, ସିଆର୍‌ପିଏଫ୍‌ କ୍ୟାମ୍ପରୁ  ୬, ବିଜେବି ନଗରରୁ ୧୭, ଭୋଇ ନଗରରୁ ୨, ବମିଖାଲ୍‌ରୁ ୩, ଚକେଇସିଆଣୀରୁ ୨, ବାପୁଜୀ ନଗରରୁ ୮, ଓଲଡ୍‌ଟାଉନ୍‌ରୁ ୩୯, ବଡ଼ଗଡ଼ରୁ ୧୫, ଭରତପୁରରୁ ୯ ଓ ପଳାଶୁଣୀରୁ ୪ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos