ରାଜଧାନୀରୁ ୧୧୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୬୭ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୯୬୭ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ୮୯୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ପାହାଳ, ଡେଲ୍‌ଟା ସ୍କ୍ୱୋୟାର, ଗୌତମ ନଗର, କଳିଙ୍ଗ ଷ୍ଟାଡିୟମ୍‌ ସ୍କ୍ୱୋୟାର, ମଧୂସୁଦନ ନଗର, ଖଣ୍ଡଗିରି ବାରୀ, ରାଜ ଭବନ […]

bbsr

bbsr

Manoranjan Sial
  • Published: Tuesday, 18 May 2021
  • Updated: 18 May 2021, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୯୬୭ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ୮୯୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ପାହାଳ, ଡେଲ୍‌ଟା ସ୍କ୍ୱୋୟାର, ଗୌତମ ନଗର, କଳିଙ୍ଗ ଷ୍ଟାଡିୟମ୍‌ ସ୍କ୍ୱୋୟାର, ମଧୂସୁଦନ ନଗର, ଖଣ୍ଡଗିରି ବାରୀ, ରାଜ ଭବନ ସ୍କ୍ୱୋୟାର, ସୈନିକ ସ୍କୁଲ ସ୍କ୍ୱୋୟାର ଓ ୟୁନିଟ୍‌-୫ରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ୟୁନିଟ୍‌-୪ରୁ ୭, ୟୁନିଟ୍‌-୩ରୁ ୧୩, ନୟାପଲ୍ଲୀରୁ ୫୩, ଶ୍ୟାମପୁରରୁ ୩, ଶାସ୍ତ୍ରୀ ନଗରରୁ ୯, ସତ୍ୟ ନଗରରୁ ୭, ସାମନ୍ତରାପୁରରୁ ୮, ସାଲିଆ ସାହିରୁ ୧୨, ଶୈଳଶ୍ରୀ ବିହାରରୁ ୨୧, ପଳାଶୁଣୀରୁ ୪, ରସୁଲଗଡ଼ରୁ ୧୬, ସିଜୁଆରୁ ୩, ପଟିଆରୁ ୬୪, ଶିରିପୁରରୁ ୩, ସୌଭାଗ୍ୟ ନଗରରୁ ୨, ସୁନ୍ଦରପଦାରୁ ୩୨, ସୂର୍ଯ୍ୟ ନଗରରୁ ୩, ଟଙ୍କପାଣି ରୋଡ୍‌ରୁ ୮, ତାରେଣୀ ନଗରରୁ ୫, ୟୁନିଟ୍‌-୧ରୁ ୨, ୟୁନିଟ୍‌-୨ରୁ ୪, ରେଣ୍ଟାଲ୍‌ କଲୋନୀରୁ ୪, ଭିଏସ୍‌ଏସ୍‌ ନଗରରୁ ୧୧, ବାଣୀ ବିହାରରୁ ୨, ୟୁନିଟ୍‌-୯ରୁ ୮, ୟୁନିଟ୍‌-୮ରୁ ୧୪, ପୋଖରୀପୁଟରୁ ୨୨, ୟୁନିଟ୍‌-୬ରୁ ୧୩, ପଳାଶପଲ୍ଲୀରୁ ୧୯, ସହିଦ୍‌ ନଗରରୁ ୧୯, ଶିଖରଚଣ୍ଡୀ ନଗରରୁ ୪, ପାତ୍ରପଡ଼ାରୁ ୧୧, ୟୁନିଟ୍‌-୭ରୁ ୩, ପ୍ରଶାନ୍ତୀ ବିହାରରୁ ୯, ୟୁନିଟ୍‌-୪ରୁ ୭, ଓଲ୍‌ଡ ଏଜି କଲୋନୀରୁ ୨ ଓ ଓଲ୍‌ଡ ଟାଉନ୍‌ରୁ ୬୫ ଜଣ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି।

https://twitter.com/bmcbbsr/status/1394631015226773505?s=20

ଏହାଛଡ଼ା ଲକ୍ଷ୍ମୀସାଗରରୁ ୨୪, କୋଳଥିଆରୁ ୨, ମଞ୍ଚେଶ୍ୱରରରୁ ୧୨, ନୀଳାଦ୍ରି ବିହାରରୁ ୧୨, ନ୍ୟୁ ଫରେଷ୍ଟ ପାର୍କରୁ ୪, ଅନ୍ୟ ଜିଲ୍ଲାରୁ ୫, ନନ୍ଦନ ବିହାରରୁ ୩, ନହରକଣ୍ଟାରୁ ୨, ନାଗେଶ୍ୱର ଟାଙ୍ଗୀରୁ ୩, ଖଣ୍ଡଗିରିରୁ ୩୫, ମୈତ୍ରୀ ବିହାରରୁ ୨,  କଳିଙ୍ଗ ବିହାରରୁ ୧୧, କଳ୍ପନାରୁ ୧୪, କାନନ ବିହାରରୁ ୭, କପିଳପ୍ରସାଦରୁ ୨, ଜିଜିପି କଲୋନୀରୁ ୨, ଘାଟିକିଆରୁ ୩, ଗୌରୀ ନଗରରୁ ୪, ହଂସପାଳରୁ ୪, ଆଇଆର୍‌ସି ଭିଲେଜରୁ ୪, ଡୁମ୍‌ଡୁମାରୁ ୩୭, ଜୟଦେବ ବିହାରରୁ ୭, ଚିନ୍ତାମଣୀଶ୍ୱରରୁ ୭, କଳିଙ୍ଗ ନଗରରୁ ୧୦,  ଝାରପଡ଼ାରୁ ୩୭, ବୁଦ୍ଧେଶ୍ୱର କଲୋନୀରୁ ୩, ଚକେଇଶିଆଣୀରୁ ୩, ଡମଣାରୁ ୫, ଚନ୍ଦ୍ରଶେଖରପୁରରୁ ୨୫, ବ୍ରହ୍ମେଶ୍ୱରପାଟଣାରୁ ୨ ଓ ଜିଜିପି କଲୋନୀରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ବମିଖାଲରୁ ୧୧,  ସିଆରପିଏଫ୍‌ କ୍ୟାମ୍ପରୁ ୫, ସିଆର୍‌ପି ସ୍କ୍ୱୋୟାରରୁ ୬, ଆଚାର୍ଯ୍ୟ ବିହାରରୁ ୬, ଏରୋଡ୍ରମ୍‌ ଫିଲ୍‌ଡ ଏରିଆରୁ ୪, ଆଇଗିଣିଆରୁ ୮, ଭିମଟାଙ୍ଗୀରୁ ୧୪, ଆର୍ଯ୍ୟ ଭିଲ୍ଲାରୁ ୩, ଅଶୋକ ନଗରରୁ ୪, ବଡ଼ଗଡ଼ରୁ ୩୭, ବାପୁଜି ନଗରରୁ ୧୬, ବରମୁଣ୍ଡାରୁ ୧୧, ବିଡିଏ କଲୋନୀରୁ ୨, ଭରତପୁରରୁ ୧୧, ଏମ୍ସ ନଗରରୁ ୨, ଭିମପୁରରୁ ୩, ଭୋଇ ନଗରରୁ ୪, ବିଜେବି ନଗରରୁ ୧୬, ଗଙ୍ଗ ନଗରରୁ ୨, ଗଣ୍ଡମୁଣ୍ଡାରୁ ୨, ଗଜପତି ନଗରରୁ ୨ ଓ ଜାଗମରାରୁ ୨୦ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos