ଭୁବନେଶ୍ୱରରେ ଟ୍ରିପ୍‌ଲ ସେଞ୍ଚୁରୀ ମାରିଲା କରୋନା, ଚିନ୍ତା ବଢ଼ାଇଲା ଖଣ୍ଡଗିରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୮ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ଆଜି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୩୮ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ବମିଖାଲ, ୟୁନିଟ୍‌-୧, ଫେରେଷ୍ଟ ପାର୍କ, ଗାଡ଼ଗଣ, ଗେରେଜ […]

bmc

bmc

Manoranjan Sial
  • Published: Wednesday, 14 April 2021
  • Updated: 15 April 2021, 12:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୮ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ଆଜି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୨୩୮ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ବମିଖାଲ, ୟୁନିଟ୍‌-୧, ଫେରେଷ୍ଟ ପାର୍କ, ଗାଡ଼ଗଣ, ଗେରେଜ ଛକ, ଡେଲ୍‌ଟା କ୍ୱେୟାର, ଲକ୍ଷ୍ମୀ ସାଗର, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ପଳାସପଲ୍ଲୀ, ପ୍ରଶାନ୍ତ ବିହାର, ପତିତପାବନ ନଗର, ଘାଟିକିଆ, ମୈତୀ ବିହାର, ୟୁନିଟ୍‌-୬, ନୀଳକଣ୍ଠ ନଗର, ରଣସିଂହପୁର, ବିବେକାନନ୍ଦ ମାର୍ଗ, ବାଣୀବିହାର, ୟୁନିଟ୍‌-୩ ଓ ସତସଙ୍ଗ ବିହାରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1382302135849603083?s=20

ସେହିପରି ରସୁଲଗଡ଼ରୁ ୫, ସହିଦ ନଗରରୁ ୫, ଟଙ୍କପାଣି ରୋଡରୁ ୩, ସୁନ୍ଦରପଦାରୁ ୬, ଶ୍ରୀକ୍ଷେତ୍ର ବିହାରରୁ ୨, ଶାସ୍ତ୍ରୀ ନଗରରୁ ୨,  ସତ୍ୟନଗରରୁ ୨, ଶୈଳଶ୍ରୀ ବିହାରରୁ ୩, ସାଲିଆ ସାହିରୁ ୨, ଚନ୍ଦ୍ର ଶେଖରପୁରରୁ ୮, ଭିଏସ୍‌ଏସ୍‌ ନଗରରୁ ୫, ୟୁନିଟ୍‌-୯ରୁ ୩, ୟୁନିଟ୍‌-୮ରୁ ୩, ୟୁନିଟ୍‌-୪ରୁ ୨,  ଆଚାର୍ଯ୍ୟ ବିହାରରୁ ୫, ପୋଖରୀପୁଟରୁ ୩, ପାତ୍ରପଡ଼ାରୁ ୩, ପଟିଆରୁ ୧୭, ମହାବୀର ନଗରରୁ ୨,  ଖଣ୍ଡଗିରିରୁ ୨୪, ରଘୁନାଥପୁରରୁ ୩, ପୋଖରୀପୁଟରୁ ୨,  କଳିଙ୍ଗ ନଗରରୁ ୨, ଓଲ୍‌ଡ ଟାଉନ୍‌ରୁ ୮, ପାଇକ ନଗରରୁ ୩, ସାମନ୍ତରାପୁରରୁ ୨, କଳାରାହାଙ୍ଗରୁ ୨, ଝାରପଡ଼ାରୁ ୫, ଜୟଦେବ ବିହାରୀ ୪, ଜାଗମରାରୁ ୭, ଆଇଆର୍‌ସି ଭିଲେଜରୁ ୨, ହଂସାପାଳରୁ ୫,  ନୀଳାଦ୍ରି ବିହାରରୁ ୨, ଚକେଇଶିଆଣୀରୁ୨, ମଞ୍ଚେଶ୍ୱରରୁ ୩, ନହରକଣ୍ଟାରୁ ୩, ଅଶୋକ ନଗରରୁ ୩, ଡୁମ୍‌ଡୁମାରୁ ୭, ବଡ଼ଗଡ଼ରୁ ୭, ଜିଜିପି କଲୋନୀରୁ ୫, ବରମୁଣ୍ଡାରୁ ୫, ଭୀମଟାଙ୍ଗିରୁ ୨, ଚିନ୍ତାମଣିଶ୍ୱରରୁ ୨, ନୟାପଲ୍ଲୀରୁ ୧୯ ଓ ବିଜେବି ନଗରରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୪୨୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୨୪୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୪୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos