ଭୁବନେଶ୍ୱରରୁ ୪୭୬ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଓଲ୍‌ଡ ଟାଉନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୮୮ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। Update on newly detected #COVID19 cases in the last 24 hrs under the BMC area on 21st Apr (till 9am). pic.twitter.com/BEaMeInF3C […]

bhubaneswar

bhubaneswar

Manoranjan Sial
  • Published: Wednesday, 21 April 2021
  • Updated: 21 April 2021, 07:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୮୮ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

https://twitter.com/bmcbbsr/status/1384848267813392384?s=20

ଆଜି ଚିହ୍ନଟ ହୋଇଥିବା ୩୮୮ ଜଣ ଲୋକାଲ୍‌ କେସ ଭିତରେ ଏମ୍‌ସ ନଗର, ଟ୍ୟାକ୍ସ କଲୋନୀ, ନାଲ୍‌କୋ ନଗର, କୋଳଥିଆ, ଭରତପୁର, ନ୍ୟୁ ସରକାରୀ କଲୋନୀ, ଓଲ୍‌ଡ ଏଜି କଲୋନୀ, ଡେଲ୍‌ଟା ଛକ, ଲିଙ୍ଗରାଜ ନଗର, ଶତାବ୍ଦୀ ନଗର, ଆର୍‌ବିଆଇ କଲୋନୀ, ବାଣୀ ବିହାର, ଜଗନ୍ନାଥନଗର, ଶିରିପୁର, ପ୍ରଶାନ୍ତ ବିହାର, ଦୁର୍ଗା ନଗର, ୟୁନିଟ୍‌-୧, ବୁଦ୍ଧେଶ୍ୱର କଲୋନୀ, ରଘୁନାଥପୁର, ପାଣ୍ଡରା, ଗଙ୍ଗାନଗର ଓ ଭିଏସ୍‌ଏସ୍‌ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ଚନ୍ଦ୍ରଶେଖରପୁରରୁ ୨୧, ପଟିଆରୁ ୨୩, ପାତ୍ରପଡ଼ାରୁ ୩, ସତ୍ୟନଗରରୁ ୨, ଓଲ୍‌ଡ ଟାଉନ୍‌ରୁ ୩୩,  ଶାସ୍ତ୍ରୀ ନଗରରୁ ୨, ଶ୍ୟାମପୁରରୁ ୨, ସୁନ୍ଦରପଦାରୁ ୮, ପୋଖରୀପୁଟ୍‌ରୁ ୬, ସହିଦ ନଗରରୁ ୮, ୟୁନିଟ୍‌-୬ରୁ ୪, ଶୈଳଶ୍ରୀ ବିହାରରୁ ୫, ସାମନ୍ତରାପୁରରୁ ୩, ସାଲିଆ ସାହିରୁ ୨, ୟୁନିଟ୍‌-୮ରୁ ୭, ୟୁନିଟ୍‌-୯ରୁ ୬,  ନୀଳାଦ୍ରି ବିହାରରୁ ୩, ୟୁନିଟ୍‌-୨ରୁ ୨, ୟୁନିଟ୍‌-୪ରୁ ୮, ପାହାଳରୁ ୨, ପଳାଶପଲ୍ଲୀରୁ ୬, ପାଣ୍ଡରା ନଗରରୁ ୨, ନୟାପଲ୍ଲୀରୁ ୨୫, ରସୁଲଗଡ଼ରୁ ୧୨, ଆଇଆର୍‌ସି ଭିଲେଜରୁ ୩, ନ୍ୟୁ ଏଜି କଲୋନୀରୁ ୨, ଲକ୍ଷ୍ମୀସାଗରରୁ ୧୭, ଜାଗମରାରୁ ୧୦, ମଞ୍ଚେଶ୍ୱରରୁ ୭, ନାଗେଶ୍ୱର ଟାଙ୍ଗିରୁ ୨,  ଖଣ୍ଡଗିରିରୁ ୧୮, କାନନ ବିହାରରୁ ୨, ଖାରବେଳ ନଗରରୁ ୩, ଜୟଦେବ ବିହାରରୁ ୩, ଝାରପଡ଼ାରୁ ୧୧, କଳିଙ୍ଗନଗରରୁ ୬, କଳିଙ୍ଗ ବିହାରରୁ ୪, କଳ୍ପନା ଛକରୁ ୩, ଡମଣାରୁ ୩, ଡୁମ୍‌ଡୁମାରୁ ୪, ଗଜପତି ନଗରରୁ ୨, ଗୌତମ ନଗରରୁ ୨, ହଂସପାଳରୁ ୪, ଜିଜିପି କଲୋନୀରୁ ୩, ଟଙ୍କପାଣି ରୋଡ୍‌ରୁ ୧୮, ୧୨୦ ବାଟାଲିଅନ୍‌ରୁ ୨, ଭୀମଟାଙ୍ଗିରୁ ୫, ବମିଖାଲ୍‌ରୁ ୮, ଅଶୋକ ନଗରରୁ ୩, ବରମୁଣ୍ଡାରୁ ୮, ଆଚାର୍ଯ୍ୟ ବିହାରରୁ ୬, ଆଇଗିଣିଆରୁ ୨ ଜଣ ଲେଖାଏ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ୧୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos