ରାଜଧାନୀରେ ‘କରୋନା’ରେ ୯ ଆକ୍ରାନ୍ତ, ୧୦ ସୁସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଆଉ ୯ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ ଲୋକାଲ୍‌ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟପକ୍ଷରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ୯ କରୋନା ଆକ୍ରାନ୍ତ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ ହେଉଛନ୍ତି ଜଣେ ୨୮ ବର୍ଷୀୟା ମହିଳା। ସେ ଦିଲ୍ଲୀରୁ […]

corona

Manoranjan Sial
  • Published: Saturday, 27 June 2020
  • , Updated: 27 June 2020, 03:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଆଉ ୯ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ ଲୋକାଲ୍‌ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟପକ୍ଷରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୯ କରୋନା ଆକ୍ରାନ୍ତ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ ହେଉଛନ୍ତି ଜଣେ ୨୮ ବର୍ଷୀୟା ମହିଳା। ସେ ଦିଲ୍ଲୀରୁ ଫେରି ଏୟାରପୋର୍ଟ କଲୋନୀ ସ୍ଥିତ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ଆଜି ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି।

https://twitter.com/bmcbbsr/status/1276804513593085953?s=20

ସେହିପରି ଅନ୍ୟ ୮ ଜଣ ଲୋକାଲ୍‌ କେସ୍‌। ସେମାନଙ୍କ ଭିତରୁ ୪ ଜଣ ଶିରିପୁର ଲକ୍ଷ୍ମୀବଜାର ଲକ୍ଷ୍ମୀବଜାର ବସ୍ତିରୁ ଚିହ୍ନଟ ହୋଇଛନ୍ତି। ଆଉ ଜଣେ ହେଉଛନ୍ତି ଘରୋଇ ସିକ୍ୟୁରିଟି ଗାର୍ଡ। ତଙ୍କୁ RBI ଅଫିସ୍‌ ପାଖରୁ ଚିହ୍ନଟ କରାଯାଇଛି। ଅନ୍ୟ ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲର କର୍ମଚାରୀ। ସେମାନେ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କ୍‌ ଥିଲେ।

ଅନ୍ୟପକ୍ଷରେ ଆଜି ୧୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story