ରାଜଧାନୀରୁ ୧୧୯୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୦୨ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୯୪ ଜଣ ଲୋକାଲ୍‌ କେସ୍‌ ହୋଇଥିବା ବେଳେ ୧୦୦୨ ଲୋକାଲ୍‌ କେସ। ଏହାଛନା ଆଜି ୮୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନଗମ ଟ୍ୱିଟ୍‌ କରିଛି। ଆଜି ଆକ୍ରାନ୍ତ ହୋଇଥିବା ଲୋକାଲ୍‌ କେସ୍‌ ଭିତରୁ ମୈତ୍ରୀ ବିହାର, ଭିମପୁର, ବୁଦ୍ଧ ନଗର, ବୁଦ୍ଧେଶ୍ୱର କଲୋନୀ, ଡେଲ୍‌ଟା ସ୍କ୍ୱୋୟାର, ଏମ୍‌ସ ନଗର, କଳିଙ୍ଗ ଷ୍ଟାଡିୟମ୍‌ […]

bmc

bmc

Manoranjan Sial
  • Published: Tuesday, 11 May 2021
  • Updated: 11 May 2021, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୯୪ ଜଣ ଲୋକାଲ୍‌ କେସ୍‌ ହୋଇଥିବା ବେଳେ ୧୦୦୨ ଲୋକାଲ୍‌ କେସ। ଏହାଛନା ଆଜି ୮୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନଗମ ଟ୍ୱିଟ୍‌ କରିଛି।

ଆଜି ଆକ୍ରାନ୍ତ ହୋଇଥିବା ଲୋକାଲ୍‌ କେସ୍‌ ଭିତରୁ ମୈତ୍ରୀ ବିହାର, ଭିମପୁର, ବୁଦ୍ଧ ନଗର, ବୁଦ୍ଧେଶ୍ୱର କଲୋନୀ, ଡେଲ୍‌ଟା ସ୍କ୍ୱୋୟାର, ଏମ୍‌ସ ନଗର, କଳିଙ୍ଗ ଷ୍ଟାଡିୟମ୍‌ ସ୍କ୍ୱୋୟାର, ଖଣ୍ଡଗିରି ବାରି, ନଖରା, ନାଲକୋ କଲୋନୀ, ଓଲ୍‌ଡ ଏଜି କଲୋନୀ, ଓଲ୍‌ଡ ଷ୍ଟେସନ୍‌ ବଜାର, ରତ୍ନାକର ବାଗ, ଶିଖରଚଣ୍ଡୀ, ୟୁନିଟ୍‌-୫ ଓ ନୂଆଗାଁରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1392115287315685381?s=20

ସେହିପରି ୟୁନିଟ୍‌-୧ରୁ ୯, ୟୁନିଟ୍‌-୩ରୁ ୧୬, ୟୁନିଟ୍‌-୭ରୁ ୩, ସୁନ୍ଦରପଦାରୁ ୨୫, ସୂର୍ଯ୍ୟ ନଗରରୁ ୩, ରାମେଶ୍ୱର ପାଟଣାରୁ ୨, ଶିରିପୁରରୁ ୩, ସୌଭାଗ୍ୟ ନଗରରୁ ୨, ଭିଏସ୍‌ଏସ୍‌ ନଗରରୁ ୧୪, ପଟିଆରୁ ୪୭, ଶାସ୍ତ୍ରୀ ନଗରରୁ ୧୫, ଶ୍ୟାମପୁରରୁ ୭,  ଶୈଳଶ୍ରୀ ବିହାରରୁ ୨୧, ଶୈନିକ ସ୍କୁଲ ସ୍କ୍ୱୋୟାରରୁ ୩, ସାଲିଆ ସାହିରୁ ୪, ସାମନ୍ତରାପୁରରୁ ୧୨, ସହିଦ ନଗରରୁ ୨୧, ରେଣ୍ଟାଲ୍‌ କଲୋନୀରୁ ୨, ୟୁନିଟ୍‌-୯ରୁ ୧୭, ଟଙ୍କପାଣି ରୋଡ୍‌ରୁ ୧୮, ପାହାଳରୁ ୨ ଓ ପୋଖରୀପୁଟରୁ ୨୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ପ୍ରଶାନ୍ତ ବିହାରରୁ ୮, ପ୍ରେସ୍‌ କଲୋନୀରୁ ୨, ପଳାଶୁଣୀରୁ ୧୨, ପାଣ୍ଡରାରୁ ୩, ରଘୁନାଥପୁରରୁ ୨, ନୟାପଲ୍ଲୀରୁ ୬୧, ୟୁନିଟ୍‌-୮ରୁ ୧୫, ଓଲ୍‌ଡ ଟାଉନ୍‌ରୁ ୫୭, ରସୁଲଗଡ଼ରୁ ୨୨, ପଳାଶପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୧୪, ୟୁନିଟ୍‌-୬ରୁ ୨୩, ନହରକଣ୍ଟାରୁ ୨, ମଧୁସୂଦନ ନଗରରୁ ୪, ବଡ଼ଗଡ଼ରୁ ୨୯, ମଞ୍ଚେଶ୍ୱରରୁ ୧୦, ବମିଖାଲରୁ ୮, ନ୍ୟୁ ଏଜି କଲୋନୀରୁ ୬, ନାଗେଶ୍ୱର ଟାଙ୍ଗିରୁ ୧୦, ଖାରବେଳ ନଗରରୁ ୧୧, କୋଳଥିଆରୁ ୫, ଲକ୍ଷ୍ମୀସାଗରରୁ ୧୯, ବରମୁଣ୍ଡାରୁ ୧୭, କଳିଙ୍ଗ ଷ୍ଟୁଡିଓ ସ୍କ୍ୱୋୟାରରୁ ୩, କଳିଙ୍ଗ ବିହାରରୁ ୧୧, କଳ୍ପନାରୁ ୭, କାନନ ବିହାରରୁ ୫, ଗୌତମ ନଗରରୁ ୭,  ଝାରପଡ଼ାରୁ ୨୫, କଳାରାହାଙ୍ଗରୁ ୩ ଓ କଳିଙ୍ଗ ନଗରରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ଘାଟିକିଆରୁ ୮, ହଂସପାଳରୁ ୨, ଆଇଆରସି ଭିଲେଜରୁ ୧୦, ଜାଗମରାରୁ ୧୩, ଜୟଦେବ ବିହାରରୁ ୧୩, ଅଶୋକ ନଗରରୁ ୩, ଗାଡ଼କଣାରୁ ୬, ଗଜପତି ନଗରରୁ ୧୦, ଗଣ୍ଡମୁଣ୍ଡାରୁ ୩, ଗଙ୍ଗନଗରରୁ ୫, ଖଣ୍ଡଗିରିରୁ ୨୪, ସିଆରପିଏଫ୍‌ କ୍ୟାମ୍ପରୁ ୯, ଡମଣାରୁ ୨, ଚକେଇଶିଆଣୀରୁ ୫, ଚିନ୍ତାମଣୀଶ୍ୱେରୀରୁ ୯, ବିଜେବି ନଗରରୁ ୭, ସତ୍ୟ ନଗରରୁ ୧୧, ଲୁଇସ୍‌ ରୋଡ୍‌ରୁ ୨, ବିଡିଏ କଲୋନୀରୁ ୭, ଭିମଟାଙ୍ଗୀରୁ ୭, ଆଚାର୍ଯ୍ୟ ବିହାରରୁ ୧୪, ଏରୋଡ୍ରମ ଏରିଆରୁ ୭, ଆଇଗିଣିଆରୁ ୧୦, ଚନ୍ଦ୍ରଶେଖରପୁରରୁ ୩୦, ନ୍ୟୁ ଫରେଷ୍ଟ ପାର୍କରୁ ୫, ଡୁମ୍‌ଡୁମାରୁ ୨୭, ବାପୁଜୀ ନଗରରୁ ୬, ୟୁନିଟ୍‌-୪ରୁ ୧୫, ୟୁନିଟ୍‌-୨ରୁ ୫ ଓ ବାଣୀବିହାରରୁ ୪ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos