ରାଜଧାନୀରେ ଆଜି ଦିନକରେ ୨୧୦ ସଂକ୍ରମିତ ଚିହ୍ନଟ: ସବୁଠି ଖୋଲାମେଲା, କଟକଣାକୁ ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଏକ ସପ୍ତାହ ଧରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ସାମାଜିକ ଦୂରତ୍ୱ ପାଳନ ଆଦି ପାଇଁ ଗାଇଡଲାଇନ୍ ଜାରି କରି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତ୍ତୃପକ୍ଷ ଚୁପ୍ ବସିଯାଇଛନ୍ତି । ଆଉ ଚାରିଆଡ଼େ ଖୋଲାମେଲା ଓ କଟକଣାକୁ ସାଧାରଣ ଲୋକେ ଖାତିର କରୁନଥିବାରୁ ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି […]

BMC

BMC

Ordigital Desk
  • Published: Friday, 08 July 2022
  • Updated: 08 July 2022, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଏକ ସପ୍ତାହ ଧରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ସାମାଜିକ ଦୂରତ୍ୱ ପାଳନ ଆଦି ପାଇଁ ଗାଇଡଲାଇନ୍ ଜାରି କରି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତ୍ତୃପକ୍ଷ ଚୁପ୍ ବସିଯାଇଛନ୍ତି । ଆଉ ଚାରିଆଡ଼େ ଖୋଲାମେଲା ଓ କଟକଣାକୁ ସାଧାରଣ ଲୋକେ ଖାତିର କରୁନଥିବାରୁ ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିଗରେ ୨୧୦ଜଣ ନୂଆ କରୋନା ରୋଗୀ କେବଳ ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ସମଗ୍ର ରାଜ୍ୟରେ ୪୭୦ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ଭୁବନେଶ୍ୱରର ୨୧୦ଜଣଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୨୨୧ଜଣ ସଂକ୍ରମିତ ରହିଛନ୍ତି ।

https://twitter.com/bmcbbsr/status/1545391751946461185?s=20&t=A1Ui01Gu_PzlU3hiRdeHBA

ବିଏମସି ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ଗୋଟିଏ ଦିଗରେ ୨୧୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୫୮ରେ ପହଂଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୩୯ଜଣ ପଟିଆ ଅଂଚଳର ହୋଇଥିବାବେଳେ ଖଣ୍ଡଗିରିରେ ୨୨ଜଣ, ନୟାପଲ୍ଲୀରେ ୨୩ଜଣ, ଚନ୍ଦ୍ରଶେଖରପୁରରେ ୧୭ଜଣ, ଡୁମଡୁମାରେ ୧୧ଜଣ, ପାତ୍ରପଡ଼ାରେ ୧୦ଜଣ ଓ ଓଲଡ ଟାଉନରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମାତ୍ର ୮୫ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଚିହ୍ନଟ ଏହି ସମସ୍ତ ୨୧୦ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ରାଜଧାନୀରେ ଆଗାମୀ ଦିନରେ ସଂକ୍ରମଣ ଜଟିଳ ଆକାର ଧାରଣ କରିବାର ଆଶଙ୍କା ଦେଖାଦେଇଛି ।

ସେହିପରି ବିଏମସିର ତଥ୍ୟ ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ମାତ୍ର ୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ରେ ୮୩, ୩ତାରିଖରେ ୧୭୦ଜଣ, ୪ ତାରିଖରେ ୧୩୧ଜଣ, ୫ତାରିଖରେ ୧୭୦ଜଣ, ୬ତାରିଖରେ ୧୮୪ଜଣ ଓ ୭ତାରିଖରେ ୧୭୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଗତ ୨୮ମାସ ମଧ୍ୟରେ ୧.୫୮ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ୧୧୯୩ଜଣଙ୍କ ମୃତ୍ୟୁ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଏତେସଂଖ୍ୟକ କରୋନା ସଂକ୍ରମିତ ନିୟମିତ ଏକ ସପ୍ତାହ ଧରି ଚିହ୍ନଟ ହେଉଥିଲେ ମଧ୍ୟ ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳୁନି । ବିଶେଷକରି ସପିଂ ମଲ୍ , ମାର୍କେଟ ବିଲିଡିଂ ଓ ହାଟଗୁଡ଼ିକରେ ଜନଗହଳି ସହ ସାମାଜିକ ଦୂରତ୍ୱ କିମ୍ବା ମାସ୍କ ପିନ୍ଧିବା ନିୟମକୁ ଲୋକେ ଖୁଲମଖୁଲା ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି । ସରକାରୀସ୍ତରରେ କଟକଣାକୁ ପାଳନ ଦିଗରେ ପଦକ୍ଷେପ ନିଆଯାଉନଥିବାରୁ ରାଜଧାନୀରେ ଲୋକେ ମାସ୍କ ପିନ୍ଧିବାକୁ ବି କୁଣ୍ଠାବୋଧ କରୁଛନ୍ତି । ଏପରିକି ରାଜଧାନୀ ଭୁବନେଶ୍ୱରରେ ବିବାହ ଭୋଜି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କରୋନା ଗାଇଡ଼ଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳୁଛି । ଯେଉଁ ହାରରେ ରାଜଧାନୀରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯଦି ସେଥିରେ ଅଙ୍କୁଶ ଲଗାନଯାଏ, ତା’ହେଲେ ଆଗାମୀ ଦିଗରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ,ରାଜ୍ୟରେ ଗତ ୩ଦିନ ଧରି ୪୦୦ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଥିବାରୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣିଥରେ ଫିଭର କ୍ଲିନିକ ଖୋଲିଛି । ଏହି କ୍ଲିନିକ ଖୋଲିବା ପରେ ୧୦୦ରୁ ଅଧିକ ନମୂନା ପରୀକ୍ଷା ହୋଇଥିବାବେଳେ କୌଣସି ରୋଗୀ ଏପର୍ଯ୍ୟନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos