ଭୁବନେଶ୍ୱରରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୬ ଲୋକାଲ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍‌ରୁ ଓ ୪୬ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ୧୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ନୟାପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହିଦନଗର ଅଞ୍ଚଳରୁ ୬, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ୬, ୟୁନିଟ-୧ରୁ ୩ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ବିଶ୍ୱେଶ୍ୱରୀ ବସ୍ତିରୁ […]

bmc

Manoranjan Sial
  • Published: Thursday, 30 July 2020
  • , Updated: 30 July 2020, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍‌ରୁ ଓ ୪୬ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ୧୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ନୟାପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହିଦନଗର ଅଞ୍ଚଳରୁ ୬, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ୬, ୟୁନିଟ-୧ରୁ ୩ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ବିଶ୍ୱେଶ୍ୱରୀ ବସ୍ତିରୁ ୩, ଫରେଷ୍ଟ ପାର୍କରୁ ୩, IRC ଭିଲେଜରୁ ୩, ୟୁନିଟ-୧ ବସ୍ତିରୁ ୩, ବରମୁଣ୍ଡା ଜଗନ୍ନାଥ ନଗରରୁ ୨, ଜାଗମରାରୁ ୨, ପୁରୁଣା ଏଜି କଲୋନିରୁ ୩ ଓ ପୁନାମା ଗେଟ୍‌ ଅଞ୍ଚଳରୁ ୨ ଲୋକାଲ କେସ ଚିହ୍ନଟ ହୋଇଛି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

https://twitter.com/bmcbbsr/status/1288792907344838656?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୬୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୫୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story