ଭୁବନେଶ୍ୱରରୁ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ୍‌ କେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୫ କ୍ୱାରେଣ୍ଟାଇନ୍‌ ଓ ୨୪ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଭୁବନେଶ୍ୱରରେ ଆଜି ଆଉ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୯ ଭୁବନେଶ୍ୱର ଟାଉନ୍‌ ଅଞ୍ଚଳରୁ। ୮୯ କରୋନା ଆକ୍ରାନ୍ତଙ୍କ ଭିତରୁ ଆଇଗିଣିଆ ଆଳୁଗଦିରୁ ୧୭, ରିଜର୍ଭ ପୁଲିସ କଲୋନିରୁ ୭, […]

bmc

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 06:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୫ କ୍ୱାରେଣ୍ଟାଇନ୍‌ ଓ ୨୪ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଭୁବନେଶ୍ୱରରେ ଆଜି ଆଉ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୯ ଭୁବନେଶ୍ୱର ଟାଉନ୍‌ ଅଞ୍ଚଳରୁ। ୮୯ କରୋନା ଆକ୍ରାନ୍ତଙ୍କ ଭିତରୁ ଆଇଗିଣିଆ ଆଳୁଗଦିରୁ ୧୭, ରିଜର୍ଭ ପୁଲିସ କଲୋନିରୁ ୭, ଗୌତମ ନଗର ବସ୍ତିରୁ ୫, ରସୁଲଗଡ଼ ଜିଜିପି କଲୋନିରୁ ୫, ଶୈଳଶ୍ରୀବିହାରରୁ ୪, ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ୩, ସିବିଆଇ କଲୋନିରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1290261700252295173?s=20
ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୩୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୫୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story