ଭୁବନେଶ୍ୱରରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୭୧ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୭ ଜଣ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୧୦ ଜଣ ସ୍ୱାସ୍ଥ୍ୟ ବିଭାଗର ଅଛନ୍ତି। ସେହିପରି ରିଜର୍ଭ ପୁଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬, ବଡ଼ଗଡ଼ରୁ ୫, ସୂର୍ଯ୍ୟନଗରରୁ ୪, ୟୁନିଟ-୧ରୁ ୩, ୩ ଜଣ […]

bmc

Manoranjan Sial
  • Published: Thursday, 06 August 2020
  • , Updated: 06 August 2020, 05:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୭୧ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୭ ଜଣ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୧୦ ଜଣ ସ୍ୱାସ୍ଥ୍ୟ ବିଭାଗର ଅଛନ୍ତି। ସେହିପରି ରିଜର୍ଭ ପୁଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬, ବଡ଼ଗଡ଼ରୁ ୫, ସୂର୍ଯ୍ୟନଗରରୁ ୪, ୟୁନିଟ-୧ରୁ ୩, ୩ ଜଣ ପୁଲିସ କର୍ମଚାରୀ, ବମିଖାଲରୁ ୩ ଓ ଭରତପୁରରୁ ୩ ଲୋକାଲ କଣ୍ଟା କେସ୍‌ ଚିହ୍ନଟ ହୋଇଛି। ଆଜି ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1291339697738809344?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୩୪୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୦୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story