ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୫୨ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨ ଲୋକାଲ୍‌ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୯୦ ବିଏମ୍‌ସି ଅଞ୍ଚଳରୁ ଅଛନ୍ତି। ସେମାନଙ୍କ ମଧ୍ୟରେ କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ […]

bmc

Manoranjan Sial
  • Published: Saturday, 08 August 2020
  • , Updated: 08 August 2020, 05:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨ ଲୋକାଲ୍‌ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୯୦ ବିଏମ୍‌ସି ଅଞ୍ଚଳରୁ ଅଛନ୍ତି। ସେମାନଙ୍କ ମଧ୍ୟରେ କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ ଛକ ଅଞ୍ଚଳରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1292069088315887616?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୭୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୬୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story