ବେଦିରେ ହାଇ ଭୋଲଟେଜ ଡ୍ରାମା: କନିଆ ଖୋଲିଦେଲା ଶଙ୍ଖାଚୁଡ଼ି, ବର ବେହୋସ

ଜଳେଶ୍ୱର(ଅଜିତ କୁମାର ଦାସ): ବେଦିରେ ବସିଥିଲେ ବରକନ୍ୟା। ମନ୍ତ୍ର ଉଚ୍ଚାରଣରେ ଫାଟି ପଡ଼ୁଥିଲା ଚାରି ଦିଗ। ହାତରେ ଶଙ୍ଖାଚୁଡ଼ି ପିନ୍ଧି ଓଢ଼ଣୀ ଟାଣି କନିଆ ବେଶରେ ବସିଥିବା ଯୁବତୀ ମଥାରେ ସିନ୍ଦୂର ଦେଲେ ବର। ହୁଳୁହୁଳିରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ। ନବଦମ୍ପତ୍ତିଙ୍କୁ ଆର୍ଶୀବାଦ ଅଜାଡ଼ି ଦେଲେ ସମ୍ପର୍କୀୟ ଗୁରୁଜନ। ହେଲେ ଏହା ପରେ ଘଟିଲା ଅଭାବନୀୟ କାଣ୍ଡ, ଯାହାକୁ ନା କେହି କେବେ ଦେଖିଥିଲା ନା କେବେ କଳ୍ପନା କରିଥିଲା। କିଛି ମୁହୂର୍ତ୍ତ ପୂର୍ବେ ସଧବା […]

fff

fff

Niharika Rout
  • Published: Wednesday, 18 May 2022
  • Updated: 18 May 2022, 12:01 PM IST

Sports

Latest News

ଜଳେଶ୍ୱର(ଅଜିତ କୁମାର ଦାସ): ବେଦିରେ ବସିଥିଲେ ବରକନ୍ୟା। ମନ୍ତ୍ର ଉଚ୍ଚାରଣରେ ଫାଟି ପଡ଼ୁଥିଲା ଚାରି ଦିଗ। ହାତରେ ଶଙ୍ଖାଚୁଡ଼ି ପିନ୍ଧି ଓଢ଼ଣୀ ଟାଣି କନିଆ ବେଶରେ ବସିଥିବା ଯୁବତୀ ମଥାରେ ସିନ୍ଦୂର ଦେଲେ ବର। ହୁଳୁହୁଳିରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ। ନବଦମ୍ପତ୍ତିଙ୍କୁ ଆର୍ଶୀବାଦ ଅଜାଡ଼ି ଦେଲେ ସମ୍ପର୍କୀୟ ଗୁରୁଜନ। ହେଲେ ଏହା ପରେ ଘଟିଲା ଅଭାବନୀୟ କାଣ୍ଡ, ଯାହାକୁ ନା କେହି କେବେ ଦେଖିଥିଲା ନା କେବେ କଳ୍ପନା କରିଥିଲା।

କିଛି ମୁହୂର୍ତ୍ତ ପୂର୍ବେ ସଧବା ହୋଇଥିବା କନିଆ ଜଣକ ହଠାତ୍‌ ଘଟାଇଲେ ଅଭାବନୀୟ କାଣ୍ଡ। ବର ସାମନାରେ ହାତରୁ ଖୋଲି ଚାଲିଲେ ଶଙ୍ଖା ଚୁଡ଼ି। ଏପରି ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ଏପରିକି ସଦ୍ୟ ବର ହୋଇଥିବା ଯୁବକ ଜଣକ ବେଦୀରେ ହିଁ ବେହୋସ ହୋଇଗଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଘଟିଛି। ଏହି ଘଟଣା ପ୍ରାୟ ୫ ଦିନ ତଳର ହୋଇଥିବା ଜଣା ପଡ଼ିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳର ଜଣେ ଯୁବକଙ୍କ ବିବାହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ସହ ପହଞ୍ଚିଥିଲେ ବର। ନାଚଗୀତରେ ଦୁଲୁକିଲା ଗାଁ ଦାଣ୍ଡ। ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଗ୍ନିକୁ ସାକ୍ଷୀ ରଖି ପତିପତ୍ନୀ ସାଜିଲେ ଉଭୟ। କିନ୍ତୁ କନିଆ ଏହାକୁ ମାନିବାକୁ ନାରାଜ। ବିବାହ ବେଦିରେ ହିଁ ଏହି ବିବାହକୁ ଭାଙ୍ଗିବା ସହ ସମ୍ପର୍କ ତୁଟାଇଦେଲେ କନିଆ। ବାହା ବେଦିରେ ବର ବସିଥିବା ବେଳେ କନ୍ୟା ଉଠିପଡ଼ି ହାତରୁ ଶଙ୍ଖା ଖୋଲି ପକାଇଥିଲେ।

ଏହା ଦେଖି କନିଆ ଘର ଲୋକେ ଝିଅକୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଥିଲେ। ଏପରିକି ମୁଁ ପୂର୍ବରୁ ବିବାହ କରି ସାରିଥିବା ବେଳେ ମୋର ସ୍ୱାମୀ ଅଛନ୍ତି ବୋଲି କନିଆ ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏହା ଶୁଣି ଉତ୍ତ୍ୟକ୍ତ କନିଆ ଘର ଲୋକେ ଝିଅକୁ ମାରପିଟ କରିଥିଲେ ମଧ୍ୟ ଝିଅ ଏହି ବିବାହକୁ ସ୍ୱୀକାର କରିବା ପରିସ୍ଥିତିରେ ନ ଥିଲା। ନିଜ ପତ୍ନୀଙ୍କ ଏପରି କାରନାମା ଦେଖି ବିଚରା ସ୍ୱାମୀ ଜଣକ ବେଦୀ ଉପରେ ହିଁ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ବର ପକ୍ଷ ଲୋକେ ଖାଲି ହାତରେ ଫେରିଥିବା ବେଳେ କନିଆ ନିଜ ଘରେ ଥିବା ଜଣାଯାଇଛି। ଏହି  ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯୁବତୀଙ୍କ ଇଚ୍ଛା ବିରୋଧରେ ପରିବାର ଲୋକେ ଏହି ବିବାହ କରାଉଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

https://youtu.be/N2QOCjoInmM

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos