ବିନିକା(ଦୀଲିପ ସାହୁ): ହାତଗଣ୍ଠି ପଡ଼ି ସାରିଥିଲା। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ। କେବଳ ବାପ ଘରୁ ଗୋଡ଼ କାଢ଼ି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ। ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ ଥିବା ବେଳେ ବାପ ଘର ଲୋକଙ୍କୁ ଛାଡ଼ି ଚାଲିଯିବାର ଦୁଃଖ ବି ଘାରୁଥିଲା। ଶେଷରେ ନିଜ ଲୋକ ପର ହୋଇଯିବେ ଭାବି କାନ୍ଦି କାନ୍ଦି ଶେଷରେ ଚାଲିଗଲା ନବବଧୂର ଜୀବନ। ଏପରି ହୃଦୟ ବିଦାରକ ଘଟଣା ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି।
ଜୁଲୁଣ୍ଡା ଗାଁରେ ଜଣେ ଯୁବତୀଙ୍କର ଗତକାଲି ବାହାଘର ସରିଥିଲା। ଆଜି ସକାଳୁ ବିଦା ହେବା ବେଳେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଲେ କନ୍ୟା। ପରିବାର ଲୋକ ଡାକ୍ତରଖାନା ନେଇଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର। ହୃଦଘାତରେ କନ୍ୟାର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂଚନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।