ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପୂର୍ବ ମିଜୋରାମ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ରୂପ ନେଇପାରେ। ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହ ଆଜି ଅପରାହ୍ନ ୫ଟା ମଧ୍ୟରେ ୧୫ଟି ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି। ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, […]

rain

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପୂର୍ବ ମିଜୋରାମ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ରୂପ ନେଇପାରେ। ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହ ଆଜି ଅପରାହ୍ନ ୫ଟା ମଧ୍ୟରେ ୧୫ଟି ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି। ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଓ ଯାଜପୁର। ଏହି ସମୟ ମଧ୍ୟରେ ବାହାରକୁ ନବାହାରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଅଗଷ୍ଟ ୮ ତାରିଖରେ ରାଜ୍ୟରେ ବଜ୍ରପାତର କାରଣ ଖୋଜିବା ପାଇଁ ଗଠନ ହୋଇଥିଲା ଏକ ଏକ୍ସପର୍ଟ କମିଟି। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିଛନ୍ତି। ଏମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରାଯିବେ। ଏପରିକି ବଜ୍ରପାତରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯିବ।

ବଜ୍ରପାତରେ ସାରା ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ହୋଇଛି। ଦେଶରେ ବର୍ଷକୁ ୨୦୦୦ ଜଣଙ୍କ ମୃତ୍ୟୁ ବରଣ ହେଉଥିବା ବେଳେ ଓଡ଼ିଶାରେ ବର୍ଷକୁ ୪୦୦ ଜଣଙ୍କ ଜୀବନ ଯାଉଛି। ଏ ବର୍ଷ ରାଜ୍ୟରେ ବଜ୍ରପାତ ନେଲାଣି ୨୫୮ ଜଣଙ୍କ ଜୀବନ।

Related story