ନୂଆ ବର୍ଷରେ ବିଦା ହୋଇପାରନ୍ତି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୂଆବର୍ଷରେ ନବୀନଙ୍କ ମନ୍ତ୍ରିମଣ୍ଡଳର ହୋଇପାରେ ନବକଳେବର । ପଞ୍ଚମ ଇନିଂସରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଅଦଳବଦଳ। କିଏ ଆଉଟ୍ ହେବେ, କିଏ ଏଣ୍ଟ୍ରି ମାରିବେ ତାକୁ ନେଇ ପାଓ୍ୱାର୍ କରିଡରରେ ଆରମ୍ଭ ହୋଇଛି ଜୋରଦାର୍ ଚର୍ଚ୍ଚା । ଦଳ ଭିତରେ ବି ଆରମ୍ଭ ହୋଇଗଲାଣି ଲବି । କୁହାଯାଉଛି ବିବାଦରେ ଥିବା ମନ୍ତ୍ରୀ ଏବଂ ଯେଉଁମାନେ ନନ୍ ପର୍ଫମର୍ ସେମାନଙ୍କ ଉପରେ ପଡ଼ିପାରେ ଖଣ୍ଡା। ଏହି ସମ୍ଭାବ୍ୟ ତାଲିକାରେ ଅଛନ୍ତି ପଦ୍ମିନୀ […]

arun-sahoo

arun-sahoo

Tapas Behera
  • Published: Saturday, 12 December 2020
  • Updated: 12 December 2020, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୂଆବର୍ଷରେ ନବୀନଙ୍କ ମନ୍ତ୍ରିମଣ୍ଡଳର ହୋଇପାରେ ନବକଳେବର । ପଞ୍ଚମ ଇନିଂସରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଅଦଳବଦଳ। କିଏ ଆଉଟ୍ ହେବେ, କିଏ ଏଣ୍ଟ୍ରି ମାରିବେ ତାକୁ ନେଇ ପାଓ୍ୱାର୍ କରିଡରରେ ଆରମ୍ଭ ହୋଇଛି ଜୋରଦାର୍ ଚର୍ଚ୍ଚା । ଦଳ ଭିତରେ ବି ଆରମ୍ଭ ହୋଇଗଲାଣି ଲବି ।

କୁହାଯାଉଛି ବିବାଦରେ ଥିବା ମନ୍ତ୍ରୀ ଏବଂ ଯେଉଁମାନେ ନନ୍ ପର୍ଫମର୍ ସେମାନଙ୍କ ଉପରେ ପଡ଼ିପାରେ ଖଣ୍ଡା। ଏହି ସମ୍ଭାବ୍ୟ ତାଲିକାରେ ଅଛନ୍ତି ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ  ନାୟକ, ତୁଷାରାକାନ୍ତି ବେହେରା, ରଘୁନନ୍ଦନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା । ପରୀ ମାମଲାରେ ବିବାଦରେ ଥିବା ମନ୍ତ୍ରୀ ଅରୁଣ ସାହୁ ବି ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ବାଦ୍ କିଛି ବଡ଼ ମୁଣ୍ଡ ମଧ୍ୟ ଗଡ଼ିପାରେ।

ତେବେ ମନ୍ତ୍ରିମଣ୍ଡଳର ପୁନର୍ବିନ୍ୟାସ ବେଳେ ନବୀନ କିଛି ସରପ୍ରାଇଜ୍ କାର୍ଡ ବି ଖେଳିପାରନ୍ତି କୁହାଯାଉଛି । ଜାନୁୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ଅଦଳବଦଳ ହେବାର ସମ୍ଭାବନା ରହିଛି । ନବୀନଙ୍କ ପଞ୍ଚମ ପାଳିରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା ତାହା ପୂର୍ବାପେକ୍ଷା ଭିନ୍ନ ଥିଲା । ବିଜେପିରୁ ଆସି ପ୍ରଥମ ଥର ଜିତିଥିବା ବିଧାୟକଙ୍କୁ ମନ୍ତ୍ରୀ ପଦରେ ପୁରସ୍କୃତ କରାଯାଇଥିଲା । ବାଦ୍ ପଡ଼ିଥିଲେ ଅନେକ ହେଭିୱେଟ୍ । ଏବେ କିଛି ନୂଆ ଚେହେରା ଏଣ୍ଟ୍ରି ମାରିପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos