‘ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଲକ୍‌ଡାଉନ୍‌ର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳାଚଳ ଆରମ୍ଭ ହୋଇଛି। ଫଳରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚାଲେଞ୍ଜ ହେବ।” କରୋନା ସମୀକ୍ଷା ପରେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହାର ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ […]

naveen-patnaik-1

Niharika Rout
  • Published: Tuesday, 26 May 2020
  • , Updated: 26 May 2020, 02:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଲକ୍‌ଡାଉନ୍‌ର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳାଚଳ ଆରମ୍ଭ ହୋଇଛି। ଫଳରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚାଲେଞ୍ଜ ହେବ।” କରୋନା ସମୀକ୍ଷା ପରେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହାର ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଲକଡାଉନ୍‌ରେ ରହି ଆମେ ଅନେକ ଶିକ୍ଷା ପାଇପାରିଛୁ। ଏହି ୨ ମାସରେ ଆମକୁ ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ଶିକ୍ଷା ମିଳିଛି। ଏହି ଶିକ୍ଷାକୁ ଆଧାର କରି ଆମକୁ ପୁନଃନିର୍ମାଣ କାମ କରିବାକୁ ପଡ଼ିବ। ଯାହାଦ୍ୱାରା ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସହ ଆମେ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା।

ଓଡ଼ିଶାରେ ଜୀବାଣୁ ଆଚରଣ ନେଇ ଆମର ଶିକ୍ଷା ଆମକୁ ନୂଆ ଆଶା ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ ଦୂରତା, ମାସ୍କ, ହାତଧୁଆ ଦ୍ୱାରା ମହାମାରୀ ବିସ୍ତାରକୁ ରୋକିହେବ । କିନ୍ତୁ ସାମାଜିକ ଦୂରତା, ସାମାଜିକ ବୟକଟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ସଂଗ୍ରାମରେ ସରପଞ୍ଚ ଏବଂ ପୁଲିସ୍‌ କର୍ମଚାରୀଙ୍କ ଉଲ୍ଲେଖନୀୟ ଭୂମିକାକୁ ପ୍ରଶଂସା କରିବାକୁ ସେ ଭୁଲି ନାହାନ୍ତି।

Related story