‘ଆପୋଲୋ ହସ୍ପିଟାଲ୍‌କୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌ର ତର୍ଜମା କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପୋଲୋ ହସ୍ପିଟାଲ୍‌କୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌ର ତର୍ଜମା କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତର୍ଜମା ଆଧାରରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୨୦୧୬ ଜାନୁଆରୀ ୩ ତାରିଖରେ ବରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ ଅନୀଲ ସ୍ୱାମୀ। ପରେ ସେ ଏନେଇ ଜାତୀୟ […]

aaaa

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପୋଲୋ ହସ୍ପିଟାଲ୍‌କୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌ର ତର୍ଜମା କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତର୍ଜମା ଆଧାରରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୨୦୧୬ ଜାନୁଆରୀ ୩ ତାରିଖରେ ବରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ ଅନୀଲ ସ୍ୱାମୀ। ପରେ ସେ ଏନେଇ ଜାତୀୟ ମାନବାଧୀକାର କମିଶନଙ୍କ ନିକଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ର ରେଜିଷ୍ଟ୍ରେସନ ରଦ୍ଧ କରିବା ସହ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନ।

ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମାତ୍ର କମିଶନ୍ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଯୁକ୍ତିକୁ ଖାରଜ କରିଦେଇଥିଲେ। ଏପରିକି ଆପୋଲୋର ରେଜିଷ୍ଟ୍ରେସନ ରଦ୍ଧ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related story