ନିଆଳି ଘଟଣାକୁ ନେଇ କୌତିକିଆ ଅଭିନୟ: ସୋସିଆଲ୍ ମିଡିଆରେ ଭିଡିଓକୁ ନେଇ ଚର୍ଚ୍ଚା

Ordigital Desk
  • Published: Thursday, 29 June 2017
  • , Updated: 29 June 2017, 09:17 PM IST
<p>ଭୁବନେଶ୍ୱର: ନିଆଳିବାସୀଙ୍କୁ ନାକେଦମ କରିଛି ଅଜଣା ଜନ୍ତୁ। ମେଣ୍ଢା ମାରୁଥିବା ସେହି ଅଜଣା ଜନ୍ତୁକୁ ଧରିବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ପ୍ରଶାସନ ଫେଲ୍ ମାରିଛି। ସିସି କ୍ୟାମେରା ଲାଗିଛି। ବନ ବିଭାଗ ଜଗିଛି। ଲୋକେ ରାତି ଉଜାଗର ହେଉଛନ୍ତି। ଏମିତି କେତେକଣ ଜାଲ ବିଛା ଯାଇଛି। &nbsp;ହେଲେ ଯେତେ ଫାସ ପକେଇଲେ ମଧ୍ୟ ଜନ୍ତୁ ଫସୁନି। ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିବା ଏହି ଘଟଣାକୁ ନେଇ ଆଲବମ ତିଆରି ହେଲାଣି। ସୋସିଆଲ ମିଡିଆରେ ଦିନକୁ ଦିନ ରୋଚକ ମତମନ୍ତବ୍ୟ ମଧ୍ୟ ଆସୁଛି। ଭିଡିଓ ମଧ୍ୟ ଆସୁଛି।</p> <p>[video width=&quot;220&quot; height=&quot;400&quot; mp4=&quot;]</p> <p>ଏବେ ସେମିତି ଏକ ଚର୍ଚ୍ଚିତ ଭିଡିଓ ଫେସ୍&zwnj;ବୁକ୍&zwnj;ରେ ଭାଇରାଲ୍ ହେଉଛି। ଭଡିଓଟି ଓଡ଼ିଆରେ ହୋଇଛି। ଜଣେ ଯୁବକ ମୁହଁ ଘୋଡ଼ାଇ ବସିଛନ୍ତି। ଆଉ ତାଙ୍କୁ କିଛି ଯୁବକ ସାମ୍ବାଦିକଙ୍କ ଭଳି ପ୍ରଶ୍ନ କରୁଛନ୍ତି। ମୁହଁ ଘୋଡ଼େଇ ବସିଥିବା ଯୁବକ ସବୁ ପ୍ରଶ୍ନର ରୋଚକ ଉତ୍ତର ଦେଉଛନ୍ତି। ସମ୍ପୂର୍ଣ୍ଣ ଦୃଶ୍ୟଟି ଏକ ଅଭିନୟ ବୋଲି ଜଣାପଡୁଛି। ନିଆଳି ଘଟଣାକୁ କୌତୁକିଆ ଓ କଟା&zwj;କ୍ଷ ଢ଼ଙ୍ଗରେ ଅଭିନୟ ଛଳରେ ପେସ୍ କରାଯାଇଛି ।</p> <p>ମୁହଁ ଘୋଡ଼ାଇ ଉତ୍ତର ଦେଉଥିବା ଯୁବକ ନିଜକୁ ମେଣ୍ଢା ହତ୍ୟାକାରୀ ବୋଲି ଦର୍ଶାଉଛନ୍ତି ଓ ଅଜବ ଅଜବ ଉତ୍ତର ସବୁ ଦେଉଛନ୍ତି, ଯାହା କେବେବି ବିଶ୍ବାସଯୋଗ୍ୟ ନୁହେଁ। ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅବଶ୍ୟ ଭିଡିଓଟିକୁ କେହି ଗୁରୁତ୍ୱର ସହ ଗ୍ରହଣ କରିବା ଅନୁଚିତ। ନହେଲେ ଏହା ନିଆଳି ଘଟଣା ସଂପର୍କରେ ନକରାତ୍ମକ ବାର୍ତ୍ତା ଦେବ।</p>

Related story