ନିଆଳିର ୧୫ଟି ବୁଥରେ ସାନି ମତଦାନ 

କଟକ: ନିଆଳି ବ୍ଲକ୍‌ ପୋଖରୀ ଗାଁ ପଞ୍ଚାୟତର ୧୫ଟି ବୁଥରେ ଆଜି ସାନି ମତଦାନ ହୋଇଛି। ପଞ୍ଚାୟତ ନିର୍ବାଚନରେ ବେଳେ ବୁଥ୍‌ କ୍ୟାପଚରିଂ ପରେ ଏଠାରେ ମତଦାନ ସ୍ଥଗିତ ରଖାଯାଇଥିଲା। ଆଜି ବୁଥ୍‌ ନମ୍ବର ୧ରୁ୯ ଏବଂ ୧୨, ୧୪, ୧୭, ୧୮, ୨୦ ଓ ୨୧ ନମ୍ବର ବୁଥରେ ଭୋଟ ଗ୍ରହଣ କରାଯାଇଛି। ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯାଇଥିଲା। ଗତ ୨୧ ତାରିଖରେ ଏହି ପଞ୍ଚାୟତରେ ନିର୍ବାଚନ ବେଳେ […]

sani

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 02:06 PM IST

କଟକ: ନିଆଳି ବ୍ଲକ୍‌ ପୋଖରୀ ଗାଁ ପଞ୍ଚାୟତର ୧୫ଟି ବୁଥରେ ଆଜି ସାନି ମତଦାନ ହୋଇଛି। ପଞ୍ଚାୟତ ନିର୍ବାଚନରେ ବେଳେ ବୁଥ୍‌ କ୍ୟାପଚରିଂ ପରେ ଏଠାରେ ମତଦାନ ସ୍ଥଗିତ ରଖାଯାଇଥିଲା। ଆଜି ବୁଥ୍‌ ନମ୍ବର ୧ରୁ୯ ଏବଂ ୧୨, ୧୪, ୧୭, ୧୮, ୨୦ ଓ ୨୧ ନମ୍ବର ବୁଥରେ ଭୋଟ ଗ୍ରହଣ କରାଯାଇଛି। ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯାଇଥିଲା।

ଗତ ୨୧ ତାରିଖରେ ଏହି ପଞ୍ଚାୟତରେ ନିର୍ବାଚନ ବେଳେ ଦୁଇଟି ବୁଥରେ ବୁଥ ରିଗିଂ ହେବାର ଭିଡ଼ିଓ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ପରେ ୬ଟି ବୁଥରେ ପରଦିନ ମତଦାନ ପାଇଁ ସ୍ଥିର ହୋଇଥିଲା। ସମସ୍ତ ବୁଥରେ ମତଦାନ କରିବାକୁ ନେଇ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ମତଦାନ ବନ୍ଦ ରଖାଯାଇଥିଲା।

 

Related story