ଗଧିଆ ଠାବ କଲେ ବନ ବିଭାଗ କିନ୍ତୁ ଇଏ ସେହି ମେଣ୍ଢା କଲିଜା ଖିଆ ଅଜଣା ଜନ୍ତୁ ତ?

ଭୁବନେଶ୍ୱର: ଗତକାଲି ରାତିରେ ନିଆଳି ଅଞ୍ଚଳରେ ଗଧିଆ ଠାବ ହୋଇଛି। ଏହି ଗଧିଆ ହିଁ ନିଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି। ଏହାକୁ ଧରିବା ପାଇଁ ଜନ୍ତା ବସାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ତେବେ ଏଠି ପ୍ରଶ୍ନ ଉଠୁଛି ନିଆଳି ଅଞ୍ଚଳରେ ମେଣ୍ଢା କଲିଜା ଖାଉଥିବା ଏହି ଅଜଣା ଜନ୍ତୁଟି ଗଧିଆ ତ? ଗତ କିଛି ଦିନ ହେଲା ନିଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା […]

niali follup story

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 07:44 PM IST

ଭୁବନେଶ୍ୱର: ଗତକାଲି ରାତିରେ ନିଆଳି ଅଞ୍ଚଳରେ ଗଧିଆ ଠାବ ହୋଇଛି। ଏହି ଗଧିଆ ହିଁ ନିଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି। ଏହାକୁ ଧରିବା ପାଇଁ ଜନ୍ତା ବସାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ତେବେ ଏଠି ପ୍ରଶ୍ନ ଉଠୁଛି ନିଆଳି ଅଞ୍ଚଳରେ ମେଣ୍ଢା କଲିଜା ଖାଉଥିବା ଏହି ଅଜଣା ଜନ୍ତୁଟି ଗଧିଆ ତ?

ଗତ କିଛି ଦିନ ହେଲା ନିଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା ଏକ ଅଜଣା ଜନ୍ତୁ। ପ୍ରତି ରାତିରେ ଗାଁରେ ପଶି ଗୁହାଳରୁ ମେଣ୍ଢା କଲିଜା ଖାଇ ଯାଉଥିଲା। ଇତି ମଧ୍ୟରେ ୩୦୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯାହାଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକେ ଦଳଦଳ ହୋଇ ଛକରେ ପହରା ଦେଉଛନ୍ତି। ବନ ବିଭାଗ ଓ ପୋଲିସ ପାଟ୍ରୋଲିଂ କରୁଛି। ଏହା ସତ୍ତ୍ୱେ ଅଜଣା ଜନ୍ତୁଟି ଆଜି ପୋଖରୀ ଗାଁରୁ ମେଣ୍ଢା ଶିକାର କରିଛି।

ଅନ୍ୟପକ୍ଷରେ ଗତକାଲି ଖୁଲିସ ଗାଁ ଗହୀରରେ ଓଟିଭି କ୍ୟାମେରାରେ କଏଦ ହୋଇଛି ୨ଟି ବଣୁଆ ଜନ୍ତୁର ଚିତ୍ର। ଦୁଇଟି ଯାକ ଜନ୍ତୁ ଦେଖିବାକୁ ବଣୁଆ କୁକୁର ଭଳି। ଲାଞ୍ଜ ଛୋଟ ଓ ମୋଟା। ଲୋକଙ୍କ କହିବା ମୁତାବକ ମେଣ୍ଢା ଶିକାର କରୁଥିବା ଅଜଣା ଜୀବ ସହ ଏ ଦୁଇ ଜନ୍ତୁର ସାମଞ୍ଜସ୍ୟ ଅଛି। କିନ୍ତୁ ସେମାନଙ୍କୁ ଧରାଯାଇପାରିନି। ଆଜି ସେହି ସ୍ଥାନରେ ନନ୍ଦନକାନରୁ ଯାଇଥିବା ସ୍ୱତନ୍ତ୍ର ଟିମ୍ ଯନ୍ତା ବସାଇଛି। ରାତି ପାହିଲେ ଜଣାପଡ଼ିବ ପ୍ରକୃତରେ ଅଜଣା ଜନ୍ତୁଟି ଗଧିଆ ନା ଆଉ କିଏ।

Related story