ଦାଦା-ଝିଆରି ପ୍ରେମର କରୁଣ ପରିଣତି

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁରେ ଜଣେ  ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ  ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ(୨୭) କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ସୋନି(ଛଦ୍ମ ନାମ) ଜଣକ ଯୁକ୍ତ ତିନିରେ ଅଧ୍ୟୟନ କରୁଥିଲେ। ମୃତ  ଯୁବତୀଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ,  ଭୀଷ୍ମ ଓ  ସୋନି  […]

777777777777899999999999999

Tapaswini Nayak
  • Published: Friday, 10 July 2020
  • , Updated: 10 July 2020, 03:01 PM IST

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁରେ ଜଣେ  ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ  ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ(୨୭) କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ସୋନି(ଛଦ୍ମ ନାମ) ଜଣକ ଯୁକ୍ତ ତିନିରେ ଅଧ୍ୟୟନ କରୁଥିଲେ।

ମୃତ  ଯୁବତୀଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ,  ଭୀଷ୍ମ ଓ  ସୋନି  ପରସ୍ପରକୁ ଭଲ ପାଉଥିଲେ। ଭୀଷ୍ମ ସୋନିଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି ଅପରାହ୍ନରେ କୌଣସି କାରଣ ପାଇଁ ଦୁହିଁଙ୍କର ଫୋନରେ ଝଗଡା ହୋଇଥିଲା। ପରେ ସନ୍ଧ୍ୟା ୫ଟାରେ ସ୍ଥାନୀୟ ହାଇସ୍କୁଲ ପରିସର ଭିତରକୁ ଦୁହେଁ ଯାଇଥିବା କିଛି ଲୋକେ ଦେଖିଥିଲେ l କିନ୍ତୁ ରାତି ୯ ପର୍ଯ୍ୟନ୍ତ ଯୁବତୀ ଘରକୁ ନ ଆସିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ପରେ ସ୍କୁଲ ପରିସରରେ ସେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ସୋନିଙ୍କ ପରିବାର ପକ୍ଷରୁ ଭୀଷ୍ମଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍ ତାଙ୍କୁ ନେଇ ପଚରାଉଚରା କରୁଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି, ତାହା ଅସ୍ପଷ୍ଟ ରହିଛି l

Related story