ଭୁବନେଶ୍ୱର: ଥାନାରେ ପାସପୋର୍ଟ ଚୋରି ହୋଇଯାଇଥିବା ଅଭିଯୋଗ କରି ଫସିଗଲେ ବିଦେଶୀ ନାଗରିକ। ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ, ନାଗରିକଙ୍କ ପାସପୋର୍ଟର ଅବଧି ୬ମାସ ପୂର୍ବରୁ ସରିଯାଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ଖବର ଅନୁସାରେ ଦୁଇଦିନ ତଳେ ଗୁଡନେସ୍ ଥମସେନ୍ ଇଗୋଇ ନାମକ ଜଣେ ନାଇଜେରିଆ ଯୁବକ ପାସପୋର୍ଟ ଚୋରି ହୋଇଯାଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଖୋଳତାଡ଼ କରିବା ପାଇଁ ସମ୍ପୃକ୍ତ ବିଦେଶୀଙ୍କ ପାସପୋର୍ଟ ନମ୍ବର ମାଗିଥିଲେ। ଯୁବକ ଜଣକ ତାଙ୍କ ପରିଚୟ ଦେବାରୁ ସେ ପୋଲିସର ସ୍କାନରରେ ଆସିଥିଲେ। ପରେ ସତ୍ୟତା ନେଇ ନାଇଜେରିଆ ଆମ୍ବାସି ସହ କଥା ହୋଇ ତଦନ୍ତ କରିଥିଲା ପୋଲିସ। ତଦନ୍ତ ସମୟରେ ଉକ୍ତ ପାସପୋର୍ଟ ନମ୍ବର ଠିକ୍ ଥିଲେ ମଧ୍ୟ ତା’ର ଅବଧି ସରିଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।