‘ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ ଏବେ ୮୦୦ ମୁହାଁ ହେଉଥିବା ବେଳେ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛନ୍ତି  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି  । […]

night--curfew

night--curfew

Niharika Rout
  • Published: Wednesday, 07 April 2021
  • Updated: 07 April 2021, 01:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ ଏବେ ୮୦୦ ମୁହାଁ ହେଉଥିବା ବେଳେ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛନ୍ତି  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି ।

ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି  । ଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । କରୋନା ମୁକାବିଲା ପାଇଁ ଔଷଧ, ବେଡ଼, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି। ତେବେ ଯଦି ସଚେତନ ନ ହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟରେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଯେତିକି କୋଭିସିଲଡ୍ ଟିକା ଅଛି ତାହା ୨ରୁ ୩ ଦିନ ଯିବ  ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଥିବା ବେଳେ ଗତକାଲି ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍ ଟିକା ପହଞ୍ଚିଛି । ଏହା ସତ୍ତ୍ୱେ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪ ଶହଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି ।  ବର୍ତ୍ତମାନ ରାଜ୍ୟରେ ୧ ହଜାର ୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି ।  ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି, ମାତ୍ର କୌଣସି ଉତ୍ତର ଆସିନଥିବା ବିଜୟ କହିଛନ୍ତି ।

ରାଜ୍ୟରେ କୋଭସ୍କିନ ଟିକା ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ବେଳେ  କୋଭିସିଲଡ଼ ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ ।  ରାଜ୍ୟକୁ ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ପହଞ୍ଚିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story