ମୋ ଝିଅ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ନୀହାରିକାଙ୍କ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ରାଜ୍ୟ ମାନବାଧିକାର କମିଶନରେ ଅପିଲ କଲେ ନିହାରିକାଙ୍କ ବାପା, ମା। ମାମଲାରେ ଏକାଧିକ ସଂପୃକ୍ତ ଥିବା ଓ ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ, ନିହାରୀକା ପାତ୍ର ହତ୍ୟା ମାମଲାର ବୟଫ୍ରେଣ୍ଡ୍‌ ରାଜା ଓରଫ କିଶୋର ଅଞ୍ଚଳକୁ ପୁଲିସ ଗିରଫ କରିଛି। ନିଜେ ରାଜା ନିହାରୀକାଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି। ନିହାରୀକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ […]

c-987

Tapas Behera
  • Published: Thursday, 03 October 2019
  • , Updated: 03 October 2019, 04:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ରାଜ୍ୟ ମାନବାଧିକାର କମିଶନରେ ଅପିଲ କଲେ ନିହାରିକାଙ୍କ ବାପା, ମା। ମାମଲାରେ ଏକାଧିକ ସଂପୃକ୍ତ ଥିବା ଓ ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ, ନିହାରୀକା ପାତ୍ର ହତ୍ୟା ମାମଲାର ବୟଫ୍ରେଣ୍ଡ୍‌ ରାଜା ଓରଫ କିଶୋର ଅଞ୍ଚଳକୁ ପୁଲିସ ଗିରଫ କରିଛି। ନିଜେ ରାଜା ନିହାରୀକାଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି। ନିହାରୀକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ତା’ପରଠାରୁ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।

Related story