ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲା: ଦାମୋଦର ମହାସୁଆରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ/ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ସେବାୟତ ଦାମୋଦର ମହାସୁଆରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପଳାତକ କାର୍ଯ୍ୟାନୁଷ୍ଠାନ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହିନ ଗିରଫ ପରୱାନା ଉପରେ ମଧ୍ୟ କୋର୍ଟ ରାହିତାଦେଶ ଲଗାଇଛନ୍ତି। ଏହାସହ କୋର୍ଟ ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନ୍ୟତମ ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ପୁରୀ ଏସ୍‌ଡିଜେ-୧ କୋର୍ଟ ସର୍ତ୍ତମୂଳକ ଜାମିନି ଦେଇଛନ୍ତି। ୩୦,୦୦୦ ଟଙ୍କା […]

highcourt

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 08:29 PM IST

କଟକ/ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ସେବାୟତ ଦାମୋଦର ମହାସୁଆରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପଳାତକ କାର୍ଯ୍ୟାନୁଷ୍ଠାନ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହିନ ଗିରଫ ପରୱାନା ଉପରେ ମଧ୍ୟ କୋର୍ଟ ରାହିତାଦେଶ ଲଗାଇଛନ୍ତି।

ଏହାସହ କୋର୍ଟ ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଅନ୍ୟତମ ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ପୁରୀ ଏସ୍‌ଡିଜେ-୧ କୋର୍ଟ ସର୍ତ୍ତମୂଳକ ଜାମିନି ଦେଇଛନ୍ତି। ୩୦,୦୦୦ ଟଙ୍କା ଏବଂ ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

Related story