ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ପୁରୀ(ଓଡ଼ିଶା  ରିପୋର୍ଟର): ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ । ଆଜି ଶ୍ରୀଜିଉ ନୀଳ କନ୍ଦରକୁ ଫେରି ରତ୍ନବେଦୀରେ ବିରାଜମାନ କରିବେ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର । ଷାଠିଏ ପଉଟି ପ୍ରସ୍ତୁତ ପାଇଁ ପୁଣି ଚଳଚଞ୍ଚଳ ହେବ ରୋଷଶାଳା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ ଭକ୍ତ ଧନ୍ୟ ହେବ । ମହାପ୍ରଭୁଙ୍କ ସେବା କରିବାକୁ ଓ ରତ୍ନ ବେଦୀରେ ଦର୍ଶନ କରିବାକୁ ଗହଳି ଲାଗିବ । ପ୍ରାୟ […]

puri-1-1

puri-1-1

Niharika Rout
  • Published: Saturday, 04 July 2020
  • Updated: 04 July 2020, 07:30 AM IST

Sports

Latest News

ପୁରୀ(ଓଡ଼ିଶା  ରିପୋର୍ଟର): ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ । ଆଜି ଶ୍ରୀଜିଉ ନୀଳ କନ୍ଦରକୁ ଫେରି ରତ୍ନବେଦୀରେ ବିରାଜମାନ କରିବେ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର । ଷାଠିଏ ପଉଟି ପ୍ରସ୍ତୁତ ପାଇଁ ପୁଣି ଚଳଚଞ୍ଚଳ ହେବ ରୋଷଶାଳା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ ଭକ୍ତ ଧନ୍ୟ ହେବ ।

ମହାପ୍ରଭୁଙ୍କ ସେବା କରିବାକୁ ଓ ରତ୍ନ ବେଦୀରେ ଦର୍ଶନ କରିବାକୁ ଗହଳି ଲାଗିବ । ପ୍ରାୟ ମାସେ ପରେ ରତ୍ନବେଦୀକୁ ଆଜି ରାତିରେ ଫେରିବେ ଶ୍ରୀଜିଉ। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ବାହାରକୁ   ବାହାରିଥିଲେ ଚତୁର୍ଦ୍ଧା ମୂରତି । ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିଲେ । ତା ପରେ ଭକ୍ତକୁ ଦର୍ଶନ ଦେବାକୁ ରଥାରୁଢ଼ ହୋଇ ଜନ୍ମବେଦୀକୁ ଗଲେ ।

ବାହୁଡ଼ା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ସହିତ ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଗତକାଲି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos