ନିଳାଦ୍ରୀ ବିଜେ ବିଶୃଙ୍ଖଳା: ଆସନ୍ତାକାଲି ୯ ସେବାୟତଙ୍କ ଜାମିନ ଆବେଦନ ଶୁଣାଣି

ପୁରୀ: ନିଳାଦ୍ରୀ ବିଜେ ବିଶୃଙ୍ଖଳା ମାମଲାରେ ଗିରଫ ସେବାୟତଙ୍କ ମଧ୍ୟରୁ ଆସନ୍ତାକାଲି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ହେବ। ନିଳାଦ୍ରୀ ବିଜେ ବେଳେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବକଙ୍କୁ ଗିରଫ କରାଯାଇ ଥିବା ବେଳେ ଆସନ୍ତାକାଲି ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଜାମିନ୍‌ ଆବେଦନର ଶୁଣାଣି ରହିଛି। ଜି.ଆର କେସ୍‌ ନମ୍ବର ୧୫୫୬ ସିଂହଦ୍ୱାର ଥାନା ୪୩/୨୦୧୬ ମାମଲାର ଶୁଣାଣି ହେବ। ଜିଲ୍ଳାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫ ହୋଇଥିବା […]

puri

Rakesh Mallick
  • Published: Sunday, 31 July 2016
  • , Updated: 01 August 2016, 08:21 AM IST

ପୁରୀ: ନିଳାଦ୍ରୀ ବିଜେ ବିଶୃଙ୍ଖଳା ମାମଲାରେ ଗିରଫ ସେବାୟତଙ୍କ ମଧ୍ୟରୁ ଆସନ୍ତାକାଲି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ହେବ। ନିଳାଦ୍ରୀ ବିଜେ ବେଳେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବକଙ୍କୁ ଗିରଫ କରାଯାଇ ଥିବା ବେଳେ ଆସନ୍ତାକାଲି ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଜାମିନ୍‌ ଆବେଦନର ଶୁଣାଣି ରହିଛି। ଜି.ଆର କେସ୍‌ ନମ୍ବର ୧୫୫୬ ସିଂହଦ୍ୱାର ଥାନା ୪୩/୨୦୧୬ ମାମଲାର ଶୁଣାଣି ହେବ।

ଜିଲ୍ଳାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫ ହୋଇଥିବା ଅନ୍ୟ ୬ ଜଣ ସେବକଙ୍କ ମଧ୍ୟରୁ ୩ ଜଣ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିବାରୁ ୯ ଜଣଙ୍କ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାଶ ଏବଂ ଦୁଇ ଜଣ ନିଲମ୍ବିତ ସେବକ କାଶୀନାଥ ଖୁଣ୍ଟିଆ, ଭାଗିରଥୀ ଖୁଣ୍ଟିଆ ଫେରାର ରହିଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ।

Related story