ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ଜଣେ ସେବାୟତ ଗିରଫ

ପୁରୀ: ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଫେରାର୍‌ ଥିବା ଆଉ ଜଣେ ସେବାୟତ ରବି ଦାସଙ୍କୁ ଆଜି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ରବି ଦାସଙ୍କ ବିରୋଧରେ ନୀଳାଦ୍ରିବିଜେ ନୀତି ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ସାମ୍ୱାଦିକଙ୍କୁ ଆକ୍ରମଣ ନେଇ ମାମଲା ରହିଛି। ଏହି ମାମଲାରେ ସହଯୋଗ କରୁ ନ ଥିବା ୮ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି। ଗତ ୧୭ ତାରିଖରେ ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ […]

Rabi Das

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 08:22 PM IST

ପୁରୀ: ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଫେରାର୍‌ ଥିବା ଆଉ ଜଣେ ସେବାୟତ ରବି ଦାସଙ୍କୁ ଆଜି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ରବି ଦାସଙ୍କ ବିରୋଧରେ ନୀଳାଦ୍ରିବିଜେ ନୀତି ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ସାମ୍ୱାଦିକଙ୍କୁ ଆକ୍ରମଣ ନେଇ ମାମଲା ରହିଛି। ଏହି ମାମଲାରେ ସହଯୋଗ କରୁ ନ ଥିବା ୮ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି।

ଗତ ୧୭ ତାରିଖରେ ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢ଼ିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାର ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଠେଲାପେଲା କରିଥିଲେ। ଏହାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା।

Related story