ନୀଳଗିରି-ବରହମ୍‌ପୁର ରାସ୍ତାରେ ଅଟୋ ଓଲଟି ୭ ଆହତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ବରହମ୍‌ପୁର ରାସ୍ତାର ତେଲିପାଳ ନିକଟରେ ଆଜି ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୭ ଜଣ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନୀଳଗିରି ଓ ବରହମ୍‌ପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବରହମ୍‌ପୁର ଅଞ୍ଚଳର ଏକ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଅଟୋରେ ଯାଉଥିବା ବେଳେ ତେଲିପାଳ ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତ ମହିଳାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

nilagiri-block

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 09:15 PM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ବରହମ୍‌ପୁର ରାସ୍ତାର ତେଲିପାଳ ନିକଟରେ ଆଜି ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୭ ଜଣ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନୀଳଗିରି ଓ ବରହମ୍‌ପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବରହମ୍‌ପୁର ଅଞ୍ଚଳର ଏକ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଅଟୋରେ ଯାଉଥିବା ବେଳେ ତେଲିପାଳ ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତ ମହିଳାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related story