କୋଭିଡ୍‌ ହସ୍ପିଟାଲ୍‌ରୁ ଘରକୁ ଫେରିଲେ ନୀଳଗିରି ବିଧାୟକ

ନୀଳଗିରି(ବିଶ୍ୱମ୍ୱର ଦାସ): ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଆଜି ସେ କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଏବେ ସେ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଉପଜିଲ୍ଲାପାଳ, ତହସିଲ୍‌ ଓ ଏନ୍‌ଏସି ଅଫିସରେ ସାନିଟାଇଜ୍‌ କରାଯାଇଥିଲା। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌କୁ ନଆସିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଅନ୍ୟପକ୍ଷରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ […]

sukant-nayak

Manoranjan Sial
  • Published: Wednesday, 15 July 2020
  • , Updated: 15 July 2020, 08:02 PM IST

ନୀଳଗିରି(ବିଶ୍ୱମ୍ୱର ଦାସ): ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଆଜି ସେ କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଏବେ ସେ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଉପଜିଲ୍ଲାପାଳ, ତହସିଲ୍‌ ଓ ଏନ୍‌ଏସି ଅଫିସରେ ସାନିଟାଇଜ୍‌ କରାଯାଇଥିଲା। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌କୁ ନଆସିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଅନ୍ୟପକ୍ଷରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏହି ଖବର ପାଇବା ପରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ସେଥିରେ ସେ ନେଗେଟିଭ୍‌ ଆସିଥିଲେ।

ପୂର୍ବରୁ ରେମୁଣା ଓ ସାଲେପୁର ବିଧାୟକ ବିଜେଡି ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Related story