ଶାଶୂ-ବୋହୂଙ୍କ କଳି: ଆଇଆଇସି ସସ୍‌ପେଣ୍ଡ

କୋଣାର୍କ (ସଞ୍ଜୟ ପତି): ଶାଶୂ ଓ ବୋହୂଙ୍କ କଳି ତୁଟାଇବା ପରିବର୍ତ୍ତେ ସେମାନଙ୍କୁ ପିଟିବାରୁ ନିଲମ୍ୱିତ ହୋଇଛନ୍ତି ନିମାପଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ପୂର୍ବରୁ ତାଙ୍କୁ ନିମାପଡ଼ା ଥାନାରୁ ଅପସାରଣ କରାଯାଇଥିଲା। ପୁରୀ ଅତିରିକ୍ତ ଏସ୍‌ପି ଏହି ଘଟଣାର ତଦନ୍ତ କରୁଥିଲେ। ସୂଚନାଯୋଗ୍ୟ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ଜଣେ ମହିଳା ତାଙ୍କ  ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି […]

konark-1-768x430

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 05:31 PM IST

କୋଣାର୍କ (ସଞ୍ଜୟ ପତି): ଶାଶୂ ଓ ବୋହୂଙ୍କ କଳି ତୁଟାଇବା ପରିବର୍ତ୍ତେ ସେମାନଙ୍କୁ ପିଟିବାରୁ ନିଲମ୍ୱିତ ହୋଇଛନ୍ତି ନିମାପଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ପୂର୍ବରୁ ତାଙ୍କୁ ନିମାପଡ଼ା ଥାନାରୁ ଅପସାରଣ କରାଯାଇଥିଲା। ପୁରୀ ଅତିରିକ୍ତ ଏସ୍‌ପି ଏହି ଘଟଣାର ତଦନ୍ତ କରୁଥିଲେ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ଜଣେ ମହିଳା ତାଙ୍କ  ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ତାଙ୍କର ଏତଲାକ୍ରମେ ପୋଲିସର ଡକରା ପାଇ ଶାଶୂ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚି ଥିଲେ। ଥାନାରେ କିଛି ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ସୁଫଳ ନ ମିଳିବାରୁ ଥାନା ଅଧିକାରୀ ରାତି ୧୧ଟା ପର୍ଯ୍ୟନ୍ତ ବାସନ୍ତୀ ଓ ତାଙ୍କ ପୁଅକୁ ଅଟକ ରଖିଥିଲେ। ପରେ ଘରେ କାହିଁକି ଗଣ୍ଡଗୋଳ କରୁଛ ବୋଲି କହି  ଆଇଆଇସି ବାସନ୍ତୀ ଓ ତାଙ୍କ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ପରେ ପୁରୀ ଏସପିଙ୍କ ନିକଟରେ ବାସନ୍ତୀ ଅଭିଯୋଗ କରିଥିଲେ।

Related story