୪୦ ଡିଗ୍ରୀ ଉପରେ ୯ ସହର; ତାଳଚେର ଓ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୨.୫, ବଲାଙ୍ଗିରରେ ୪୨, ଝାରସୁଗୁଡ଼ାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା। ସୁନ୍ଦରଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା […]

tempt

Jitendra Garnayak
  • Published: Saturday, 13 April 2019
  • , Updated: 13 April 2019, 07:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା।

ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୨.୫, ବଲାଙ୍ଗିରରେ ୪୨, ଝାରସୁଗୁଡ଼ାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା।

ସୁନ୍ଦରଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ୩୯.୫ ଓ କଟକରେ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Related story