ଦୁବାଇରୁ ଫେରିଲେ ୯ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଉଦ୍ଧାର ହୋଇଛନ୍ତି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଅନ୍ୟଜଣେ ଶ୍ରମିକଙ୍କ ଅଫିସିଆଲ୍‌ କାଗଜପତ୍ର କାମ ସରିବା ପରେ ସେ ଫେରିବେ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ କମ୍ପାନୀ ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ […]

Nine-odia-workers-who-were-facing-torture-in-Dubai-return-to-Delhi

Manoranjan Sial
  • Published: Wednesday, 26 June 2019
  • , Updated: 26 June 2019, 04:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଉଦ୍ଧାର ହୋଇଛନ୍ତି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଅନ୍ୟଜଣେ ଶ୍ରମିକଙ୍କ ଅଫିସିଆଲ୍‌ କାଗଜପତ୍ର କାମ ସରିବା ପରେ ସେ ଫେରିବେ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ କମ୍ପାନୀ ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ କମ୍ପାନୀ ମାଲିକ ୮ ମାସ ହେଲା ଦରମା ଦେଇନଥିଲା। ତା ସହ ସେମାନଙ୍କୁ ଠିକ୍‌ରେ ଖାଦ୍ୟ ମଧ୍ୟ ଦିଆଯାଉନଥିଲା। ଏନେଇ ଶ୍ରମିକମାନେ ସୋଶାଲ୍‌ ମିଡିଆରେ ଜଣାଇ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ନିବେଦନ କରିଥିଲେ। ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରାଳୟର ସହଯୋଗ ଲୋଡ଼ିଥିଲେ। ଶେଷରେ ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ୯ ଜଣ ଓଡ଼ିଆ ଆଜି ଦିଲ୍ଲୀ ଫେରିଛନ୍ତି। ଏମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଓଡ଼ିଶା ପଠାଇବାର ବ୍ୟବସ୍ଥା କରିଛନ୍ତି।

ଶ୍ରମିକମାନେ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ୱାଗତ କରିଛନ୍ତି। ଅନ୍ୟ ଜଣେ ଶ୍ରମିକଙ୍କ ଉଦ୍ଧାର ପାଇଁ କାଗଜପତ୍ର କାମ ଚାଲିଥିବା ଜଣାପଡ଼ିଛି।

Related story