୯ କୁଇଣ୍ଟାଲ ଗୁଟଖା ଭର୍ତ୍ତି ଗାଡ଼ି ଜବତ

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ରାଜଗାଙ୍ଗପୁରର ଜାମାପାଲିଠାରେ ଏକ ଗାଡ଼ିରୁ ୯ କୁଇଣ୍ଟାଲ ଗୁଟଖା ଜବତ କରିଛି ପୋଲିସ୍‌। ଏହା ସହ ପ୍ରାୟ ୫ ଲକ୍ଷ ୮୧ ହଜାର ଟଙ୍କା, ୧୦ଟି ରୁପା ମୁଦ୍ରା ଏବଂ ମୋବାଇଲ ଫୋନ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ଦୀପକ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ଓ ଗାଡି ଡ୍ରାଇଭରକୁ ଗିରଫ କରିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଗୁଟଖା ଭର୍ତ୍ତି ଗାଡ଼ିଟି କଟକ ଜଗତପୁର ଶିଳ୍ପାଞ୍ଚଳରୁ ରାଜଗାଙ୍ଗପୁରକୁ ଯାଉଥିବା ବେଳେ ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଗାଡ଼ିକୁ ଜବତ କରିଥିଲା।