ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ରାଜ୍ୟ ସରକାର ନିଜ ପାଖରେ ରଖନ୍ତୁ । କାରଣ ଏଭଳି ନ କଲେ ରାଜ୍ୟକୁ କୌଣସି ବଡ଼ ଇସ୍ପାତ କାରଖାନା ଆସିବ ନାହିଁ । ଫଳରେ ରାଜ୍ୟର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ। ଖଣି ନିଲାମ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଭାବେ ପରାମର୍ଶ ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ ଖଣିରୁ ପାଉଛି । ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ ଓଡ଼ିଶା ଖଣି ନିଗମ ଭଳି ଅନ୍ୟ ଏକ ନିଗମ ମଧ୍ୟ ଗଠନ କରିବା ଜରୁରୀ ବୋଲି ସେ ମତ ରଖିଛନ୍ତି ।
କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟର ୧୦ରୁ ଅଧିକ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ନିକଟରେ ଖଣି ରହିଛି ଓ ନିରଞ୍ଜନ ହେଉଛନ୍ତି ଖଣି ମାଲିକ । ତେଣୁ ସେ ଏଭଳି କହୁଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।