ମୋକିମ ହିଁ ଯୋଗ୍ୟ ବ୍ୟକ୍ତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଥମିବାର ନା ନେଉନି ପିସିସି ସଭାପତି ପଦ ପାଇଁ ରାଜ୍ୟ କଂଗ୍ରେସରେ କନ୍ଦଳ। ଉଭୟ ବିପକ୍ଷ ଓ ସପକ୍ଷବାଦୀଙ୍କ ବୈଠକ ପରେ ଏବେ ସେଇ ଦଳର ମୁହଁ ଖୋଲିଛନ୍ତି ନିରପେକ୍ଷ। ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଚାଲିଥିବା ସମସ୍ତ ନାଟକର ମୁଖ୍ୟ ନାୟକ ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୋଲି ଅଭିଯୋଗ କରିଛନ୍ତି ପିସିସି ସଦସ୍ୟ ଅଲେଖ ସାମଲ। ନିରଞ୍ଜନଙ୍କ ସପକ୍ଷବାଦୀ କଂଗ୍ରେସ ଭବନରେ ବୈଠକ ନ କରି ହୋଟେଲରେ ବସିବା ଘଟଣାକୁ ସେ ନିନ୍ଦା […]

v-098

Tapas Behera
  • Published: Monday, 11 November 2019
  • , Updated: 11 November 2019, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଥମିବାର ନା ନେଉନି ପିସିସି ସଭାପତି ପଦ ପାଇଁ ରାଜ୍ୟ କଂଗ୍ରେସରେ କନ୍ଦଳ। ଉଭୟ ବିପକ୍ଷ ଓ ସପକ୍ଷବାଦୀଙ୍କ ବୈଠକ ପରେ ଏବେ ସେଇ ଦଳର ମୁହଁ ଖୋଲିଛନ୍ତି ନିରପେକ୍ଷ।

ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଚାଲିଥିବା ସମସ୍ତ ନାଟକର ମୁଖ୍ୟ ନାୟକ ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୋଲି ଅଭିଯୋଗ କରିଛନ୍ତି ପିସିସି ସଦସ୍ୟ ଅଲେଖ ସାମଲ। ନିରଞ୍ଜନଙ୍କ ସପକ୍ଷବାଦୀ କଂଗ୍ରେସ ଭବନରେ ବୈଠକ ନ କରି ହୋଟେଲରେ ବସିବା ଘଟଣାକୁ ସେ ନିନ୍ଦା କରିଛନ୍ତି । ସେପଟେ ଦଳକୁ ମଜବୁତ୍ କରିବାକୁ ବରିଷ୍ଠ ନେତାଙ୍କୁ ନେଇ ଖୁବ୍ ଶୀଘ୍ର ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଅଲେଖ।

ସେପଟେ ପିସିସି ସଭାପତି ପଦପାଇଁ ଦାବିଦାର କୁହାଯାଉଥିବା ମହମ୍ମଦ ମୋକିମ୍ ବି ନିରଞ୍ଜନଙ୍କ ପାଖ ଲୋକ ଓ ଏବେ ପିସିସିରେ ନିରଞ୍ଜନଙ୍କ ନିଜ ଲୋକ ହିଁ ଅଛନ୍ତି ବୋଲି ସେ ଖୋଲାଖୋଲି କହିଛନ୍ତି । ତେଣେ ମହମ୍ମଦ ମୋକିମଙ୍କୁ ଜଣେ ଯୋଗ୍ୟ ବ୍ୟକ୍ତି ବୋଲି ଆଜି ମୁହଁ ଖୋଲି କହିଛନ୍ତି ନିରଞ୍ଜନ।

Related story