କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ
- Published: Tuesday, 15 May 2018
- , Updated: 15 May 2018, 09:04 AM IST
<p>କଟକ(ବିବର୍ତ୍ତନ ପଣ୍ଡା): ଗତକାଲି କଟକରେ ଆୟୋଜିତ ଏକ ସାଧାରଣ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବେକାରୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।</p>
<p>ସେ କହିଛନ୍ତି,“ ସରକାରଙ୍କ ସ୍ଥାଣୁତା ପାଇଁ ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ସେହିପରି ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବେଳେ ନାରୀଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛନ୍ତି।”</p>
<p>କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୌରୀଶଙ୍କର ପାର୍କ ନିକଟରେ ଆୟୋଜିତ ଏହି ସଭାରେ ନିରଞ୍ଜନଙ୍କ ସହ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ପୂର୍ବରୁ କଟକ ଗୋପାଳପୁରରୁ ଏକ ବିଶାଳ ମୋଟର ସାଇକେଲ ରାଲି ବାହାରି ପାର୍କରେ ପହଞ୍ଚିଥିଲା।</p>