ଶର୍ମିଷ୍ଠାଙ୍କ ପରେ ପୁରୀ ସି ବିଚରେ ନିରଞ୍ଜନଙ୍କ ଭିଡିଓ ଭାଇରାଲ, ଜାଣନ୍ତୁ, ହତ୍ୟା ପଛରେ ରହିଛି କି ଏହି ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବନ୍ଧା ହୋଇ ସାରିଥିବା ସତ୍ତ୍ୱେ ସେମାନଙ୍କ ନିକଟରୁ ସତ ଉଗାରିବାକୁ ନାକେଦମ ହେଉଛି କ୍ରାଇମବ୍ରାଞ୍ଚ । ଗତକାଲି ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେଇ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘନ ଘନ ଜେରା କରାଯିବା ପରେ ଆଜି ହୋଇପାରେ ମୁହାଁମୁହିଁ ଜେରା। ମାସନ ହତ୍ୟା ପଛରେ ଲୁଚି ରହିଥିବା ମେମୋରି ଚିପ୍‌ ପାଇବାକୁ କ୍ରାଇମବ୍ରାଞ୍ଚ ଚଲାଇଛି ତନାଘନା। ହେଲେ ଏ ଯାଏ ତାହାର ଟେର […]

sarmista-

sarmista-

Niharika Rout
  • Published: Wednesday, 30 March 2022
  • Updated: 30 March 2022, 01:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବନ୍ଧା ହୋଇ ସାରିଥିବା ସତ୍ତ୍ୱେ ସେମାନଙ୍କ ନିକଟରୁ ସତ ଉଗାରିବାକୁ ନାକେଦମ ହେଉଛି କ୍ରାଇମବ୍ରାଞ୍ଚ । ଗତକାଲି ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେଇ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘନ ଘନ ଜେରା କରାଯିବା ପରେ ଆଜି ହୋଇପାରେ ମୁହାଁମୁହିଁ ଜେରା। ମାସନ ହତ୍ୟା ପଛରେ ଲୁଚି ରହିଥିବା ମେମୋରି ଚିପ୍‌ ପାଇବାକୁ କ୍ରାଇମବ୍ରାଞ୍ଚ ଚଲାଇଛି ତନାଘନା। ହେଲେ ଏ ଯାଏ ତାହାର ଟେର ପାଇପାରିନି।

ତେବେ ଇତି ମଧ୍ୟରେ ଅଭିଯୁକ୍ତଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ଶର୍ମିଷ୍ଠାଙ୍କ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ଆସିଛି ପୂର୍ବତନ ଓଆଇଏସ୍‌ ନିରଞ୍ଜନ ସେଠୀଙ୍କ ଭିଡିଓ।

ପୁରୀ ସି ବିଚରେ ନିରଞ୍ଜନଙ୍କ ଏକ ଭଜନର ସୁଟିଂ ବେଳର ଭିଡିଓ ସାମନାକୁ ଆସିଛି।  ଏହି ଭିଡିଓରେ ଏକ ଅଚେତ ଶିଶୁକୁ କୋଳରେ ଧରି ନିରଞ୍ଜନ ସମୁଦ୍ରରୁ ଆସୁଥିବା ବେଳେ ମନ୍ଦିରରେ  ଶିଶୁର ଶୁଭ ମନାସୀ ଗୁହାରୀ ଜଣାଉଛନ୍ତି। ଏକ ଭିଡିଓ ପାଇଁ ମାନସଙ୍କୁ ହତ୍ୟା କରାଯାଉଥିବା ଆଲୋଚନା ହେଉଥିବା ବେଳେ ଏହା କିନ୍ତୁ ସେହି ଭିଡିଓ ବୋଲି ବିଶ୍ୱାସ ହେଉନି।  କାରଣ ଏହା ଧାର୍ମିକ ଭାବନା ସମ୍ପନ୍ନ ଏକ ଭିଡିଓ ହୋଇଥିବା ବେଳେ ଏଥିରେ ବେଶ ନିପୁଣ ଅଭିନୟ କରିଛନ୍ତି ପ୍ରଶାସନିକ ପଦରେ ଥିବା ନିରଞ୍ଜନ  ।

ଏହା ପୂର୍ବରୁ ଗତକାଲି ଶର୍ମିଷ୍ଠାଙ୍କ ଫେରାର ପୂର୍ବର ଏକ ଭିଡିଓ ଭାଇରାଲ ହୋଇଥିଲା ।  ଯେଉଁଥିରେ ମାନସଙ୍କ ସହ ଚାନ୍ଦବାଲି ଯାଇଥିବା ସହଯୋଗୀ କ୍ୟାମେରାମ୍ୟାନ୍ ଦୀପକ ଓ ଶର୍ମିଷ୍ଠା ମଧ୍ୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । କୁହାଯାଉଛି, ଏହି ଭିଡ଼ିଓ ହେବା ଆଗରୁ ମାନସଙ୍କ ମୃତ୍ୟୁ ହୋଇସାରିଥିଲା । ଭିଡ଼ିଓଟି ମାର୍ଚ୍ଚ ୧ ତାରିଖର । ମାନସଙ୍କ ସହଯୋଗୀ ଦୀପକ ହିଁ ଏହି ଭିଡ଼ିଓ କରିଥିବା ଚର୍ଚ୍ଚା ହେଉଛି । ଭିଡ଼ିଓରେ ଦୟାଲ ଆଶ୍ରମ ବାହାରେ ଦୀପକ, ତାଙ୍କ ମା’ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଭିଡ଼ିଓରେ ଅଣ୍ଡରଟେକିଂ ଲେଖାଇଥିବା କଥା କହୁଛନ୍ତି, ସେହିପରି ମେମୋରି ଚିପ୍ ନେଇଥିବା କଥା ବି କହୁଛନ୍ତି ଶର୍ମିଷ୍ଠା । ୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।

https://youtu.be/HfDPFvjH2YA

ଏ ପର୍ଯ୍ୟନ୍ତ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ୨ଟି ଭିଡିଓ ଭାଇରାଲ ହୋଇଥିବା ବେଳେ ଏଥିପାଇଁ ହତ୍ୟାକାଣ୍ଡ ଘଟିଥିବା ବିଶ୍ୱାସ ହେଉନି।   କାରଣ ଯେଉଁ ଭିଡିଓର ଶୁଟିଂ ମାନସ କିମ୍ବା ଶର୍ମିଷ୍ଠାଙ୍କ  ଅଜାଣତରେ ହୋଇଥିବ ସେପରି ଭିଡିଓ ପାଇଁ  ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ନିହାତି ଆଉ କିଛି ଭିଡିଓ ରହିଛି, ଯାହା କି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନି ।   ତେବେ କେବେ ଗୁମର ଫିଟିବ, କେବେ ମିଳିବ ସେ ମେମୋରି ଚିପ୍‌, ତାହା ଅଛି ନା ନଷ୍ଟ କରାଯାଇ ସାରିଛି ତାହା ଉପରେ ସମସ୍ତଙ୍କ ନଜର।

ଗତକାଲି ମାନସ ହତ୍ୟାକାଣ୍ଡର ୪ ଅଭିଯୁକ୍ତ ସମ୍ପୂର୍ଣ୍ଣ ନ୍ୟୁଜ  ପୋର୍ଟାଲର ମାଲିକାଣି ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ ମାଲିକ ରଂଜନ ନାୟକ ଓରଫ୍ ରାଜୁଙ୍କୁ  ନେଇ କ୍ରାଇମବ୍ରାଞ୍ଚ କଟକ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ଘନ ଘନ ପଚରାଉଚୁରା କରାଯାଇଛି। ଏହାପରେ  ଏହି ମାମଲାରେ ଆଜି ଦ୍ୱିତୀୟ ଦିନରେ ସମସ୍ତଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ମୁହାଁମୁହିଁ ଜେରାରୁ କିଏ କେତେ ସତ କହୁଛି ତଥା ମେମୋରି ଚିପ୍‌ କେଉଁଠି ଅଛି ତାହା ସାମ୍ନାକୁ ଆସିପାରେ

ଅଭିଯୁକ୍ତଙ୍କୁ ଦୟାଲ ଆଶ୍ରମ ଆଣି ସିନ୍ ରିକ୍ରିଏଟ କରିପାରେ  କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇଁ ହତ୍ୟା ପଛର ମୂଳ କାରଣ କଣ ? ମେମୋରି ଚିପ୍‌ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ଏବଂ ପରେ ହତ୍ୟା କରି ଶବ ପୋତିବା ଯାଏଁ କଥାଗଲା? ମେମୋରୀ ଚିପ୍ ଏବେ କେଉଁଠି  ଏଭଳି ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ । ଜେରାବେଳେ ହତ୍ୟାର କାରଣ, ମେମୋରି ଚିପ୍ ମିଷ୍ଟ୍ରି ଏବଂ ଅପରାଧିକ ଷଡ଼ଯନ୍ତ୍ର ଉପରେ ଫୋକସ୍ ରଖାଯାଇଛି । ଜେରା ସରିବା ପରେ ଆବଶ୍ୟକ ପଡ଼ିଲେ କ୍ରାଇମସିନ୍ ରିକ୍ରିଏଟ୍ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।

https://youtu.be/QsiIminPx5I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story