‘ଅନଲାଇନ୍‌ ଅପେକ୍ଷା ଅଫଲାଇନ୍‌ ପରୀକ୍ଷା ଅଧିକ ଫଳପ୍ରଦ’

ରାଉରକେଲା(ପବନ ତିୱାରି): ଅଫଲାଇନ୍‌ ନୁହେଁ ଅନଲାଇନ୍‌ରେ ହେବ NIT ଶେଷ ବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା। ଅଫଲାଇନ୍‌ରେ ହେବାକୁ ଥିବା ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ତରଫରୁ ବିରୋଧ କରାଯିବାରୁ ଶେଷରେ NIT  କର୍ତ୍ତୃପକ୍ଷ ନିଜ ନିଷ୍ପତ୍ତିକୁ ବଦଳାଇ ଅନଲାଇନ୍‌ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନଲାଇନ୍‌ ଅପେକ୍ଷା ଅଫଲାଇନ୍‌ ପରୀକ୍ଷା ଅଧିକ ଫଳପ୍ରଦ ବୋଲି କହିଛନ୍ତି ନିଟ୍‌ ରେଜିଷ୍ଟାର। ଏନେଇ NIT ‌ ରେଜିଷ୍ଟାର ପ୍ରଦୀପ କୁମାର ଦାସ କହିଛନ୍ତି, ୩ ଛାତ୍ରଛାତ୍ରୀ […]

NIT Registar

NIT Registar

Niharika Rout
  • Published: Saturday, 27 March 2021
  • Updated: 27 March 2021, 01:56 PM IST

Sports

Latest News

ରାଉରକେଲା(ପବନ ତିୱାରି): ଅଫଲାଇନ୍‌ ନୁହେଁ ଅନଲାଇନ୍‌ରେ ହେବ NIT ଶେଷ ବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା। ଅଫଲାଇନ୍‌ରେ ହେବାକୁ ଥିବା ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ତରଫରୁ ବିରୋଧ କରାଯିବାରୁ ଶେଷରେ NIT  କର୍ତ୍ତୃପକ୍ଷ ନିଜ ନିଷ୍ପତ୍ତିକୁ ବଦଳାଇ ଅନଲାଇନ୍‌ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନଲାଇନ୍‌ ଅପେକ୍ଷା ଅଫଲାଇନ୍‌ ପରୀକ୍ଷା ଅଧିକ ଫଳପ୍ରଦ ବୋଲି କହିଛନ୍ତି ନିଟ୍‌ ରେଜିଷ୍ଟାର।

ଏନେଇ NIT ‌ ରେଜିଷ୍ଟାର ପ୍ରଦୀପ କୁମାର ଦାସ କହିଛନ୍ତି, ୩ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏହାକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ କରି ଦେଖାଇଥିଲେ। ଫଳରେ କ୍ୟାମ୍ପସରେ ଥିବା ପିଲାମାନେ ଭୟଭୀତ ହୋଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏନେଇ ଗତକାଲି ଏକ ମିଟିଙ୍ଗ ବସିବା ପରେ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।

ଏ ସମ୍ପର୍କରେ ବିସ୍ତୁତ ଆଲୋଚନା ନିମନ୍ତେ ଗତକାଲି ସିନେଟ ମିଟିଙ୍ଗ ଡକାଯାଇଥିଲା। ସୂଚାରୁ ରୂପେ ଅନଲାଇନ୍‌ ପରୀକ୍ଷା କରିବା ନିମନ୍ତେ  ଏକ କମିଟି ଗଠିତ ହୋଇଛି। ଯେତେ ଯାହା ହେଲେବି ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ନିହାତି ଦରକାର। ସେଥିନିମନ୍ତେ ସମସ୍ତ ପୂର୍ବ ପ୍ରସ୍ତୁତି  ମଧ୍ୟ ସରିଥିଲା ବୋଲି କହିଛନ୍ତି ରେଜିଷ୍ଟାର।

ଏଥିସହ ସେ କହିଛନ୍ତି,  କିଛି ଗଣମାଧ୍ୟମ  ଏହି ଘଟଣାକୁ ଅଧିକ ହାଇଲାଇଟ କରିବାରୁ ପିଲାମାନେ ଭୟଭୀତ ହୋଇଯାଇଥିଲେ। ଅନଲାଇନ୍‌ ପରୀକ୍ଷା ହେଲେ ପିଲାଙ୍କର କ୍ୟାମ୍ପସ୍‌ରେ ରହିବା ଆବଶ୍ୟକ ହୋଇନାହିଁ। କିନ୍ତୁ ବହୁ ପିଲାଙ୍କର ଇଣ୍ଟରନେଟ ଫାସିଲିଟି ନାହିଁ। ଦେଶର ବିଭିନ୍ନ ସ୍ଥାନରୁ ତଥା ଦେଶ ବାହାରୁ ଶ୍ରୀଲଙ୍କା, ଆଫଗାନିସ୍ତାନ, ନେପାଳ, ବାଙ୍ଗଲାଦେଶ ପିଲା ବି ଏଠାରେ ରହି ପାଠ ପଢ଼ୁଛନ୍ତି । ସେମାନେ ଅନଲାଇନ୍‌ ପରୀକ୍ଷା ଦେବାରେ ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଆଗ ରାଜ୍ୟରେ ବହୁ ପିଲା ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରୁ ଆସୁଥିବାରୁ ସେମାନେ ମଧ୍ୟ ଅନଲାଇନ୍‌ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ଜଣାଇଛନ୍ତି।

ଅଫଲାଇନ୍‌ ପରୀକ୍ଷା କରାଯିବା ନିମନ୍ତେ ପ୍ରାୟ ୨, ୩ ମାସ ପିଲାଙ୍କ ସହ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଥିଲା। ଗୋଟିଏ ଗୋଟିଏ କ୍ଲାସରେ ୧୬୦, ୧୭୦ ପିଲା ଅଛନ୍ତି। ଅଫଲାଇନ୍‌ ପରୀକ୍ଷା କରିଥିଲେ ଏହାଦ୍ୱାରା ପିଲାମାନେ ବେଶି ଲାଭବାନ ହୋଇପାରିଥାନ୍ତେ। ମାତ୍ର ତାହା ସମ୍ଭବ ହୋଇପାରୁନି । ଅଚାନକ କ୍ୟାମ୍ପସରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏହାକୁ ବାତିଲ କରିବାକୁ ପଡ଼ିଲା ।  ଅନଲାଇନ୍‌ ପରୀକ୍ଷା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାକୁ ଶହେ ପ୍ରତିଶତ ଫଳପ୍ରଦ କରିବାକୁ ପୂର୍ବ ପ୍ରସ୍ତୁତି ନିହାତି ଦରକାର। ତେଣୁ ସିନେଟ କମିଟି ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ଅନଲାଇନ୍‌ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ରେଜିଷ୍ଟାର କହିଛନ୍ତି।

ଏବେ ପ୍ରାୟ କ୍ୟାମ୍ପସରେ ୨ ହଜାର ପିଲା ଅଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ ହେବ । ଏହାପରେ ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବା ବୋଲି ରାଉରକେଲା ଏଡିଏମ୍‌ କହିଛନ୍ତି। ଗତକାଲି ୬୫ ପିଲାଙ୍କ ଟେଷ୍ଟ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story