ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ପ୍ରକାଶିତ ହୋଇଛି। ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗସ୍ ତାଲିକାରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଏଥିରେ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି।
ସେହିପରି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ରାକିଙ୍ଗରେ ମଧ୍ୟ ୧୬ତମ ସ୍ଥାନରେ ରହିଛି ଏନଆଇଟି ରାଉରକେଲା। ଓଭରଓଲ ବର୍ଗରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୩୮ତମ, କିଟ୍ ୪୪ତମ ଏବଂ ଆଇଆଇଟି ଭୁବନେଶ୍ୱର ୫୬ତମ ସ୍ଥାନରେ ରହିଛି। ଓଭରଅଲ ତାଲିକାରେ ଆଇଆଇଟି ମାଡ୍ରାସ ଶୀର୍ଷରେ ରହିଛି।
ସେହିଭଳି ଇଞ୍ଜିନିୟରିଂରେ ଏନଆଇଟି ଓ ଭୁବନେଶ୍ୱର ଆଇଆଇଟି ସହ ମୋଟ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ମେଡିକାଲ ଇନଷ୍ଟିଚ୍ୟୁଟ୍ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିବା ବେଳେ ଆଇନ ଶିକ୍ଷାନୁଷ୍ଠାନରେ କଟକର ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।