ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ନିତି ଆୟୋଗ ରିପୋର୍ଟ ଭୁଲ୍‌, ଆମେ ଏକ ନମ୍ବର ଥିଲୁ ଅଛୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଯୁକ୍ତି, ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍‌। କାହିଁକି ନା ଟିବି ଓ ଟିକାକରଣରେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଛନ୍ତି ୧ ନମ୍ବର ମାନ୍ୟତା। ତେଣୁ ଆମେ ଏକ ନମ୍ୱର ଥିଲୁ, ଏବେ ବି ଅଛୁ ବୋଲି ନବ ଦାସ କହିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତିରେ କେତେ ସତ୍ୟତା ରହିଛି? ମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ସମ୍ପର୍କରେ ଜାଣିବାକୁ ହେଲେ ଯିବାକୁ ପଡ଼ିବ କୋରାପୁଟ୍‌। ଆଦିବାସୀ ଅଧ୍ୟୁଷିତ […]

Koraput

Koraput

Manoranjan Sial
  • Published: Tuesday, 28 December 2021
  • Updated: 28 December 2021, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଯୁକ୍ତି, ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍‌। କାହିଁକି ନା ଟିବି ଓ ଟିକାକରଣରେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଛନ୍ତି ୧ ନମ୍ବର ମାନ୍ୟତା। ତେଣୁ ଆମେ ଏକ ନମ୍ୱର ଥିଲୁ, ଏବେ ବି ଅଛୁ ବୋଲି ନବ ଦାସ କହିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତିରେ କେତେ ସତ୍ୟତା ରହିଛି?

ମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ସମ୍ପର୍କରେ ଜାଣିବାକୁ ହେଲେ ଯିବାକୁ ପଡ଼ିବ କୋରାପୁଟ୍‌। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା। ହେଲେ ଏଠି ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରୋଗୀ ମେଡ଼ିକାଲ୍‌ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ଖାଲି ବାରଣ୍ଡାରେ ନୁହେଁ, ବେଡ୍‌ ଅଭାବରୁ ୱାର୍ଡ ଭିତରେ ରୋଗୀ ତଳେ ଶୋଇଥିବା ଦେଖିବାକୁ ମିଳିଛି। ଆଉ କିଛି ପରୀକ୍ଷା କରିବାକୁ ହେଲେ ତ କଥା ସରିଲା। ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟାର ଅପେକ୍ଷା କରିବାକୁ ପଡ଼ୁଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମୟ ସମୟରେ ପାଣି ଓ ବିଜୁଳି ବିଭ୍ରାଟରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଏବଂ ତାଙ୍କ ସଂପର୍କୀୟ। ଇଏ ହେଉଛି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲର ଆଜିର ଚିତ୍ର। କଳାହାଣ୍ଡି ଜିଲ୍ଲାରୁ ଜଣେ ରୋଗୀ ଚିକିତ୍ସା ହେବା ଆସି ନୟାନ୍ତ ହୋଇଛନ୍ତି। ଇଏ ହେଉଛି ଚିକିତ୍ସା ସେବାର ଗୋଟିଏ ଚିତ୍ର। ଏମିତି ଚିତ୍ର ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ସାମ୍ନାକୁ ଆସୁଛି। ଏପରିସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି, ଆମେ ଏକ ନମ୍ୱର ଥିଲୁ, ଏବେ ଅଛୁ ବୋଲି।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ଭିତ୍ତିଭୂମିର ଗୁମର ଖୋଲିଲେ ନିତି ଆୟୋଗ, ତଳକୁ ଖସିଲା ଓଡ଼ିଶା

ତେବେ ଆସନ୍ତୁ ନିତି ଆୟୋଗଙ୍କ ରିପୋର୍ଟ ଉପରେ ନଜର ପକାଇବା। ୧୯ ବଡ଼ ରାଜ୍ୟ ତାଲିକାରେ ୧୪ ନମ୍ବରରେ ଓଡ଼ିଶା। ସାମଗ୍ରିକ ଭାବେ ସର୍ବନିମ୍ନ ଉନ୍ନତି ସହ ବହୁ କ୍ଷେତ୍ରରେ ପ୍ରଦର୍ଶନ କମିଛି। ଗୋଟିଏ ବର୍ଷରେ ୨ଟି ରାଙ୍କ ତଳକୁ ଖସିଛି ଓଡ଼ିଶା। ଗତବର୍ଷ ୧୨ ରାଙ୍କରେ ଥିଲା ଓଡ଼ିଶା। ତେବେ ସ୍ୱାସ୍ଥ୍ୟ ସୂଚକାଙ୍କ ଅନୁସାରେ ଅନେକ କ୍ଷେତ୍ରରେ ପ୍ରଦର୍ଶନ କମିଛି। ଏବେ ବି ରାଜ୍ୟରେ ପ୍ରତି ହଜାରରେ ୩୧ ଶିଶୁ ମୃତ୍ୟୁବରଣ କରୁଛନ୍ତି।

ସେହିପରି ଟିକାକରଣରେ ୮୫.୬୧ ପ୍ରତିଶତ ସହ ଗତବର୍ଷ ତୁଳନାରେ କମିଛି ପ୍ରଦର୍ଶନ। ଏହା ସହ ଟିବି ବା ଯକ୍ଷ୍ମା ଚିକିତ୍ସା ନେଇ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ନିରୂପଣ କରିବାରେ ପଛରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ମୋଟ୍ ୪୩ଟି ପାରାମିଟର ଉପରେ ସ୍ୱାସ୍ଥ୍ୟ ସୂଚକାଙ୍କ ନିର୍ଦ୍ଧାରଣ ହୋଇଥିବା ବେଳେ ୩୩ଟିରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ପିଏଚ୍‌ସି ଓ ସିଏଚ୍‌ସି ଗୁଡିକରେ ବହୁ ଏଏନ୍‌ଏମ୍‌, ଷ୍ଟାଫ୍‌ ନର୍ସ, ଡାକ୍ତର, ମେଡିକାଲ ଅଫିସର ପଦବୀ ଖାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ନାହାନ୍ତି ବିଶେଷଜ୍ଞ। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ। ରିପୋର୍ଟରୁ ପ୍ରଚାର ସର୍ବସ୍ୱ ସରକାରଙ୍କ ଅସଲ ମୁଖା ଖୋଲିଥିବା କହିଛନ୍ତି ବିଜେପି ଓ କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story