୨୮ରେ ଓଡ଼ିଶା ଆସିବେ ନିତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରେ ନିତି ନିୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ନିତି ଆୟୋଗ ଉପାଧ୍ୟକ୍ଷ ନିଜର ଏକ ଟିମ୍ ସହ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ମିଳିଥିବା […]

Niti Ayog

Niti Ayog

Ordigital Desk
  • Published: Friday, 22 July 2022
  • Updated: 22 July 2022, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରେ ନିତି ନିୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ନିତି ଆୟୋଗ ଉପାଧ୍ୟକ୍ଷ ନିଜର ଏକ ଟିମ୍ ସହ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ବିଚାରବିମର୍ଶ କରିବେ । ନିତି ଆୟୋଗଙ୍କ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ଶିଳ୍ପପତି, ଶିକ୍ଷାବିତ୍ ଓ ସିଭିଲ ସୋସାଇଟି ସଦସ୍ୟମାନଙ୍କ ସହ ରାଜ୍ୟ ତଥା ଦେଶର ବିକାଶ ପ୍ରସଙ୍ଗରେ ବିଚାରବିମର୍ଶ କରିବେ ଓ ମତାମତ ନେବେ ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ବିଚାର ପାଇଁ ପଡ଼ି ରହିଥିବା ରାଜ୍ୟର ଉନ୍ନୟମୂଳକ ପ୍ରକଳ୍ପ ଆଦି ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ମଧ୍ୟ ନିତି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରି ତା’ର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ଭାବେ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ଏପରିକି ବିଭିନ୍ନ ବିଭାଗକୁ ନିଜ ନିଜର ସଫଳତା ଓ ଭାରତ ସରକାରରେ ପଡ଼ି ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଜୁଲାଇ ୨୫ତାରିଖ ସୁଦ୍ଧା ତଥ୍ୟ ଦେବାକୁ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ମାସରେ ନିତି ଆୟୋଗର ତତକାଳୀନ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ଶିଳ୍ପପତି ଏବଂ ସିଭିଲ ସୋସାଇଟି ସଦସ୍ୟଙ୍କୁ ଭେଟି ରାଜ୍ୟ ତଥା ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଚାରବିମର୍ଶ କରିଥିଲେ ।

ଗତ ମେ’ ୧ ତାରିଖରେ ନିତି ଆୟୋଗ ଉପାଧ୍ୟକ୍ଷ ଦାୟିତ୍ୱ ନେବାପରେ ସୁମନ ବେରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos