ହଜରତ୍ ନିଜାମୁଦ୍ଦିନରୁ ଫେରିଥିବା ରାଜ୍ୟର ୧୫ଜଣ କରୋନା ସଂକ୍ରମିତ ନୁହଁନ୍ତି: ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣଙ୍କ ଦେହରେ କରୋନା ସଂକ୍ରମିତ ଭୂତାଣୁ ନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ନିକଟରେ ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ନମୂନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଥିରୁ ୧୫ଜଣ ଯାତ୍ରୀଙ୍କ ରିପୋର୍ଟ ହସ୍ତଗତ ହୋଇଛି। […]

908-1

Tapas Behera
  • Published: Wednesday, 01 April 2020
  • , Updated: 01 April 2020, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣଙ୍କ ଦେହରେ କରୋନା ସଂକ୍ରମିତ ଭୂତାଣୁ ନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ନିକଟରେ ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ନମୂନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଥିରୁ ୧୫ଜଣ ଯାତ୍ରୀଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଏହି ସମସ୍ତ ୧୫ଟି ନମୂନା କରୋନା ନେଗେଟିଭ୍ ରହିଛି। ଏହି ୧୫ଜଣଙ୍କ ମଧ୍ୟରେ ୧୨ଜଣ ରାଉରକେଲାର ହୋଇଥିବାବେଳେ କେନ୍ଦ୍ରାପଡ଼ାର ଜଣେ, କଟକର ଜଣେ ଓ ଗଞ୍ଜାମର ଜଣେ ଅଛନ୍ତି। ଅବଶିଷ୍ଟ ୫ଜଣ ବ୍ୟକ୍ତିଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Related story