ବିରଞ୍ଚି ପଛରେ ଓଡ଼ିଶାର ‘ପାର୍ଥ’ କିଏ ?

ଭୁବନଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ନିଜ ଗାଁରେ ୨୦ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେଇଛନ୍ତି ବିରଞ୍ଚି ସାହୁ ? ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିଲେ ବିରଞ୍ଚି। ବର୍ଷେ ପରେ ବଡ଼ ବଡ଼ିଆଙ୍କ ପାଖରେ ପହଞ୍ଚି ପାରିଲାନି ଭିଜିଲାନ୍ସ। ୧୪ ବର୍ଷରେ ସିଲେକସନ୍ କମିଶନ ୧୨,୭୩୨ ଜଣଙ୍କୁ ଦେଇଛି ନିଯୁକ୍ତି। ବିଜ୍ଞାପନ ବାହାରିବାର ୩ରୁ ୬ ବର୍ଷ ପରେ ମିଳିଛି ଅଧିକାଂଶ ନିଯୁକ୍ତି ! ଯାହାକୁ ନେଇ ସ୍ୱଚ୍ଛ ଶାସନ ଡିଣ୍ଡିମ ବାଡ଼ଉଥିବା ସରକାରଙ୍କ ଉପରେ […]

biran

biran

Ordigital Desk
  • Published: Friday, 28 October 2022
  • Updated: 28 October 2022, 10:31 PM IST

Sports

Latest News

ଭୁବନଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ନିଜ ଗାଁରେ ୨୦ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେଇଛନ୍ତି ବିରଞ୍ଚି ସାହୁ ? ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିଲେ ବିରଞ୍ଚି। ବର୍ଷେ ପରେ ବଡ଼ ବଡ଼ିଆଙ୍କ ପାଖରେ ପହଞ୍ଚି ପାରିଲାନି ଭିଜିଲାନ୍ସ। ୧୪ ବର୍ଷରେ ସିଲେକସନ୍ କମିଶନ ୧୨,୭୩୨ ଜଣଙ୍କୁ ଦେଇଛି ନିଯୁକ୍ତି। ବିଜ୍ଞାପନ ବାହାରିବାର ୩ରୁ ୬ ବର୍ଷ ପରେ ମିଳିଛି ଅଧିକାଂଶ ନିଯୁକ୍ତି ! ଯାହାକୁ ନେଇ ସ୍ୱଚ୍ଛ ଶାସନ ଡିଣ୍ଡିମ ବାଡ଼ଉଥିବା ସରକାରଙ୍କ ଉପରେ ଉଠିଛି ଆଙ୍ଗୁଳି।

ବଡ଼ମ୍ବା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ବେହେରା କହିଛନ୍ତି, ବିରଞ୍ଚି ତା’ଙ୍କ ଗାଁ ନରସିଂହପୁର ଗୋଡ଼ିବନ୍ଧରେ ପ୍ରାୟ ୨୦ ଅଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ଦେଇଛନ୍ତି। ପୂରା ବ୍ଲକରେ ୫୦ ଅଯୋଗ୍ୟ ଲୋକଙ୍କୁ ବି ଚାକିରି ଦେଇଛନ୍ତି। ମେଧାବୀ ଛାତ୍ର ଦିନରାତି ପାଠ ପଢ଼ି ଚାକିରି ପାଉନାହାନ୍ତି, ହେଲେ ଚାକିରି ବିକ୍ରି ହେଉଛି। ଏଥିରେ ବହୁ ବଡ଼ବଡ଼ିଆ ଅଛନ୍ତି, ଆଉ ଏହାର ସିବିଆଇ ତଦନ୍ତ ହେବା ଉଚିତ।

ସେହିଭଳି ନରସିଂହପୁରର ସମାଜସେବୀ କୁମାରେଶ ବେଉରା କହିଛନ୍ତି, ବିରଞ୍ଚି ତାଙ୍କ ଗାଁ ସହ ନରସିଂହପୁର ଅଞ୍ଚଳରେ ଅନେକ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେଇଛନ୍ତି। ସେ ଛୋଟ ମୂଷା। ଉପର ମହଲର ବାବୁଙ୍କ ବିନା ଛତ୍ରଛାୟାରେ ଏହା ହୋଇପାରିବ ନାହିଁ। ଭିଜିଲାନ୍ସ ନୁହେଁ ଏହାର ସିବିଆଇ ତଦନ୍ତ ହେଉ।

ଏହି ନିଯୁକ୍ତି ସ୍କାମରେ ବଡ଼ବଡ଼ିଆ ସାମିଲ ଥିବା ବେଳେ କେବଳ ବିରଞ୍ଚିଙ୍କ ପାଖରେ ଅଟକି ଯାଇଛି ଭିଜିଲାନ୍ସ। ଅନେକ ଆଶାୟୀ ଛାତ୍ରଛାତ୍ରୀ ଚାକିରିଟିଏ ପାଇବା ପାଇଁ ରାଜଧାନୀର ବିଧାୟକ କଲୋନୀ ଗଛ ମୂଳେ ବସି ଦିନ ରାତି ପାଠ ପଢ଼ୁଥିବା ବେଳେ ଦୁର୍ନୀତି ପାଇଁ ହଜାର ହଜାର ଚାକିରି ବିକ୍ରି ହୋଇଯାଇଥିବା ଦେଖାଯାଉଛି।

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, କାହା ଛତ୍ରଛାୟାରେ ଏ ସବୁ କରୁଥିଲା ବିରଞ୍ଚି ? ବିରଞ୍ଚିର ଅପରାଧକୁ ପୂର୍ବରୁ ଘୋଡ଼ାଇ ଦିଆଯାଇଥିଲା। ନେତା ଓ ବଡ଼ ଅଫିସରଙ୍କ ବିନା ପ୍ରୋତ୍ସାହନରେ ସେ ଏକା ଏତବଡ଼ ଦୁର୍ନୀତି କରିପାରିବ ନାହିଁ।

ଷ୍ଟାଫ୍ ସିଲେକ୍ସନ୍ କମିଶନ ବା ଓଏସଏସ୍‌ସି ପାଖରୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ, ଗତ ୧୪ ବର୍ଷରେ କମିଶନ ୧୨, ୭୩୨ଜଣଙ୍କୁ ଗ୍ରୁପ୍‌-ବି/ସି/ଡି ଚାକିରି ପଦ ପାଇଁ ମନୋନୀତ କରିଥିଲେ। ଏଥିରେ ଜୁନିୟର ଆସିଷ୍ଟାଣ୍ଟ ଠାରୁ ଆରମ୍ଭ କରି ଜିଲ୍ଲା ସଂସ୍କୃତି ଅଧିକାରୀ, ଆସିଷ୍ଟାଂଟ ଲେବର ଅଫିସର, ଜୁନିଅର ଇଂଜିନିୟର, ଜୁନିଅର ଷ୍ଟେନେଗ୍ରାଫର, ସବ-ଇନସପେକ୍ଟର, ଲାଇବ୍ରେରୀଆନ, ଡାଟା ଏଣ୍ଟ୍ରି ଅପରେଟର, ଆର ଆଇ ଓ ଅମିନଙ୍କ ପର୍ଯ୍ୟନ୍ତ ଚାକିରି ରହିଛି।

ଅଧିକାଂଶ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିବାର ତିନିରୁ ୫/୬ ବର୍ଷ ପରେ ପରୀକ୍ଷା ଫଳ ବାହାରିଛି। କମିଶନରେ ବ୍ୟାପକ ଦୁର୍ନୀତି ଯୋଗୁଁ ଏଭଳି ଅହେତୁକ ବିଳମ୍ବ ହୋଇଥିବା ଦେଖାଯାଉଛି। ପଶ୍ଚିମବଙ୍ଗରେ ସିବିଆଇ ତଦନ୍ତ ପରେ ଶିକ୍ଷକ ନିଯୁକ୍ତି କମିଶନରେ ବ୍ୟାପକ ଦୁର୍ନୀତି ହୋଇଥିବା ପଦାକୁ ଆସିଥିଲା। ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଗିରଫ କରିବା ସହ ୫୨ କୋଟି ଟଙ୍କା ପାଇଥିଲା। ବର୍ଷେ ପରେ ବି ଓଡ଼ିଶାରେ ଏହି ନିଯୁକ୍ତି ଦୁର୍ନୀତିର ପର୍ଦାଫାସ ନ କରି ଭିଜିଲାନ୍ସ ବସି ଯାଇଥିବା ଦେଖାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story