୧୦୪, ୧୦୦ ନମ୍ୱରରୁ ଉତ୍ତର ମିଳିଲାନି; ଚାଲି ଚାଲି ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ସମଗ୍ର ବିଶ୍ୱ ଲଢ଼ୁଛି। ଯୋଦ୍ଧାମାନେ ଦିନରାତି ଏକ କରି ଏହି ଲଢ଼େଇରେ ସାମିଲ ହୋଇଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ଶାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ କଥା ବୁଝିବା ପାଇଁ ରାଜ୍ୟ ସରକାର ୧୦୪ ଓ ୧୦୦ ପରି ହେଲ୍‌ପଲାଇନ୍‌ ନମ୍ୱର ଜାରି କରିଛନ୍ତି। ହେଲେ ଏହି ହେଲ୍‌ପଲାଇନ୍‌ ନମ୍ୱରରେ ଫୋନ୍‌ କଲେ ଉତ୍ତର ମିଳୁନି। ଯେଉଁଥିପାଇଁ ଯାଜପୁର ଓ ଭଦ୍ରକ ଜିଲ୍ଲାର ୧୨ ଜଣ ସୁରତ ଫେରନ୍ତାଙ୍କୁ ବସ୍‌ରୁ […]

helpline

Manoranjan Sial
  • Published: Tuesday, 05 May 2020
  • , Updated: 05 May 2020, 04:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ସମଗ୍ର ବିଶ୍ୱ ଲଢ଼ୁଛି। ଯୋଦ୍ଧାମାନେ ଦିନରାତି ଏକ କରି ଏହି ଲଢ଼େଇରେ ସାମିଲ ହୋଇଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ଶାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ କଥା ବୁଝିବା ପାଇଁ ରାଜ୍ୟ ସରକାର ୧୦୪ ଓ ୧୦୦ ପରି ହେଲ୍‌ପଲାଇନ୍‌ ନମ୍ୱର ଜାରି କରିଛନ୍ତି। ହେଲେ ଏହି ହେଲ୍‌ପଲାଇନ୍‌ ନମ୍ୱରରେ ଫୋନ୍‌ କଲେ ଉତ୍ତର ମିଳୁନି। ଯେଉଁଥିପାଇଁ ଯାଜପୁର ଓ ଭଦ୍ରକ ଜିଲ୍ଲାର ୧୨ ଜଣ ସୁରତ ଫେରନ୍ତାଙ୍କୁ ବସ୍‌ରୁ ଓହ୍ଲାଇ ଭୁବନେଶ୍ୱର ରାଜରାସ୍ତାରେ ବୁଲିବା ସହିତ ଚାଲି ଚାଲି ଘରକୁ ଫେରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ୧୦୪ ଓ ୧୦୦ ହେଲ୍‌ପଲାଇନ୍‌ କାହା ପାଇଁ?

ଗତ ୨ ତାରିଖରେ ଗୁଜରାଟର ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଭିତରୁ ପ୍ରାୟ ୬୦ ଜଣ ଓଡ଼ିଶା ଅଭିମୁଖେ ଆସିଥିଲେ। ସେମାନଙ୍କ ଭିତରୁ ୧୨ ଜଣ ଭୁବନେଶ୍ୱର କଳ୍ପନା ଛକରେ ଓହ୍ଲାଇଥିଲେ। ଅନ୍ୟମାନେ ପୁରୀ ଅଭିମୁଖେ ଚାଲି ଯାଇଥିଲେ। ୧୨ ଜଣ ବସ୍‌ରୁ ଓହ୍ଲାଇ କୋଭିଡ୍‌ ହେଲପ୍‌ଲାଇନ୍‌ ୧୦୪ ଓ ୧୦୦କୁ ଫୋନ୍ କରିଥିଲେ। ତେବେ ଏହି ଫୋନ୍ ନମ୍ବରରୁ କୌଣସି ଉତ୍ତର ମିଳିନଥିବା ଅଭିଯୋଗ ହୋଇଥିଲା। ଏମାନେ ସମସ୍ତେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହୋଇଥିବାରୁ କିଛି ଉପାୟ ନପାଇ ଚାଲି ଚାଲି ଘରକୁ ଯାଉଥିଲେ। ତେବେ ଅଧ ରାସ୍ତାରେ ଏକ ମିନି ଟ୍ରକ୍‌ ଉଠି ପଳାଇଯାଇଥିବା ସୂଚନା ମିଳିଛି।

Related story