ବିଧାନସଭାରେ ବାୟୋମେଟ୍ରିକ୍ ଉପସ୍ଥାନ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ଦିନକୁ ୬ ଥର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ୱାସ୍‌ରେ ସଫା କରିବାକୁ କୁହାଯାଇଛି। […]

allallds00pp

Tapaswini Nayak
  • Published: Wednesday, 11 March 2020
  • , Updated: 11 March 2020, 01:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ଦିନକୁ ୬ ଥର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ୱାସ୍‌ରେ ସଫା କରିବାକୁ କୁହାଯାଇଛି।

କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ ପାଇଁ କର୍ମଚାରୀ ଟିସୁ ପେପର୍ ବ୍ୟବହାର କରିବାକୁ କୁହାଯାଇଛି। କର୍ମଚାରୀମାନେ ଏକାଠି ହୋଇ ବୈଠକ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Related story