‘ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ଗଡ଼ିବନି ବସ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର କୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଓଡ଼ିଶା ବସ୍‌ ଆସୋସିଏସନ କହିଛି, ବର୍ତ୍ତମାନ ବସ୍‌ ଗଡ଼ିବା ସ୍ଥିତିରେ ନାହିଁ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ବସ୍‌ ଗଡ଼ି ପାରିବ ନାହିଁ। ୭ ଦଫା ଦାବି ଉପସ୍ଥାପନ କରି ଓଡ଼ିଶା ବସ୍‌ ଆସୋସିଏସନ ଆଜି ଏପରି ଚେତାବନୀ ଦେଇଛି। କରୋନା ମହାମାରୀ ଯୋଗୁ ସମଗ୍ର ରାଜ୍ୟ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ […]

Bus

Bus

Manoranjan Sial
  • Published: Friday, 16 July 2021
  • Updated: 16 July 2021, 08:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର କୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଓଡ଼ିଶା ବସ୍‌ ଆସୋସିଏସନ କହିଛି, ବର୍ତ୍ତମାନ ବସ୍‌ ଗଡ଼ିବା ସ୍ଥିତିରେ ନାହିଁ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ବସ୍‌ ଗଡ଼ି ପାରିବ ନାହିଁ। ୭ ଦଫା ଦାବି ଉପସ୍ଥାପନ କରି ଓଡ଼ିଶା ବସ୍‌ ଆସୋସିଏସନ ଆଜି ଏପରି ଚେତାବନୀ ଦେଇଛି।

କରୋନା ମହାମାରୀ ଯୋଗୁ ସମଗ୍ର ରାଜ୍ୟ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହାଫଳରେ କେଉଁଠି ବସ୍‌ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଛି ତ ଆଉ କେଉଁଠି ବସ୍‌ ଉପରେ ଲତା ମାଡ଼ି ଗଲାଣି। ୧୮ ମାସ ଧରି ବସ୍‌ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବାରୁ ଗଡ଼ିବା ସ୍ଥିତିରେ ନାହିଁ। ଯାହାକୁ ନେଇ ବସ୍‌ ମାଲିକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଘରୋଇ ବସ୍‌ ମାଲିକ ସଂଘର କହିବା କଥା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍‌ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍‌ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍‌ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। କାରଣ ୧୮ ମାସ ଧରି ବନ୍ଦ ହୋଇପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଯାତ୍ରୀ ମଧ୍ୟ ଆସୁ ନାହାନ୍ତି। ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ କରିବ ବୋଲି ଓଡ଼ିଶା ବସ୍‌ ଆସୋସିଏସନ୍‌ ପ୍ରଶ୍ନ ଉଠାଇବା ସହ ବସ୍‌ ସେବା ସ୍ୱାଭାବିକ ହେବାକୁ କିଛିଦିନ ଲାଗିବ ବୋଲି କହିଛି।

ଓଡ଼ିଶା ବସ୍‌ ଆସୋସିଏସନ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ସରକାରଙ୍କୁ ଆମେ ଦାବିପତ୍ର ପ୍ରଦାନ କରିଥିଲୁ। ହେଲେ ରାଜ୍ୟ ସରକାର ଆଲୋଚନା ପାଇଁ ଡାକିଲେ ନାହିଁ। କେବେ ଆଲୋଚନା ହେବ, ବସ୍‌ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର କଣ ବ୍ୟବସ୍ଥା କରିଛନ୍ତି, ସେ ସମ୍ପର୍କରେ ନଜାଣିଲା ପର୍ଯ୍ୟନ୍ତ କୌଣସି ବସ୍‌ ଗଡ଼ିବ ନାହିଁ।”

ସେହିପରି ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି-“ଆମକୁ ଲକ୍ଷେ ଟଙ୍କା ଋଣ ଦିଆଯାଉ। ସେହି ଅର୍ଥ ମିଳିଲେ ଗାଡ଼ି ମରାମତି କରିବୁ। ସେହି ଅର୍ଥ ବର୍ଷକ ଭିତରେ ସୁଝିଦେବୁ। ଏହା ହେଉଛି ଆମର ପ୍ରମୁଖ ଦାବି।”

ବସ୍ ଗଡ଼ିବାକୁ ଅନୁମତି ହେଲେ ରାଜ୍ୟ ସରକାର। ହେଲେ ଆଜି ପ୍ରଥମ ଦିନରେ କାଁ ଭାଁ ବସ୍‌ ଗଡ଼ିଛି। ଯାତ୍ରୀ ଆସୁନଥିବାରୁ ବସ୍‌ଷ୍ଟାଣ୍ଡରେ ବସ୍‌ ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଛି। ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story